ସମ୍ବଲପୁର:ଯୁବ ଉଦୟନ ଦ୍ୱାରା ଆୟୋଜିତ ବୀର ସୁରେନ୍ଦ୍ର ସାଏ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ର ଦ୍ଵିତୀୟ ସନ୍ଧ୍ୟା ରେ ମଞ୍ଚସ୍ଥ ହୋଇଯାଇଛି ଝଟକା, ଉଲଟା ଭାରତ ଓ ବଳଦ।
ସମ୍ବଲପୁର ର ସ୍ୱର ନାଟ୍ୟ ସଂସ୍ଥା ପକ୍ଷରୁ ମଞ୍ଚସ୍ଥ ଝଟକା ନାଟକ ଟି ସରୋଜ ଟପ୍ପନୋ ଦ୍ୱାରା ରଚିତ ହୋଇଥିବା ବେଳେ ନିର୍ଦେଶନା ଦେଇଥିଲେ ମାନସ ରଞ୍ଜନ ମିଶ୍ର l ହୋମଗାର୍ଡ ମହାଦେବ ଜଣେ ସଚ୍ଚୋଟ ବ୍ୟକ୍ତି l ସେ ଦିନେ ନିୟୁଜ ରୁ ଜାଣିବାକୁ ପାଏ ଯେ ଦିଲ୍ଲୀ ରେ ଜଣେ ଟ୍ରାଫିକ ପୋଲିସ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ ଓ ପୁରସ୍କୃତ ହୋଇଛି l ମହାଦେବ ବି ଲାଗିପଡେ ଭଲ କାର୍ଯ୍ୟ କରି ପୁରସ୍କୃତ ହେବାକୁ, ହେଲେ ଶେଷରେ ପୁରସ୍କାର ଓ ସମ୍ମାନ ପାଇବା ଜାଗାରେ ପାଏ ଜୀବନରେ ଏକ ବଡ଼ ଝଟକା l ଏକ ସାଧାରଣ କାହାଣୀ କୁ ନାଟକଟି ପର୍ଯବେଶିତ ହୋଇଥିବା ବେଳେ, କାହାଣୀ ର ଗତି ଶୀଳତା ଓ ଅଭିନୟ ସେତେଟା ଉଚ୍ଚ କୋଟିର ନଥିଲା l ହେଲେବି ନାଟକଟିର ମଞ୍ଚନ ଥିଲା ଚଳନୀୟ l
ଦ୍ଵିତୀୟ ନାଟକ ଥିଲା ନାଟ, ସୁବର୍ଣ୍ଣପୁର ର ନାଟକ ଥିଲା ଉଲଟା ଭାରତ l ରଚନା ଓ ନିର୍ଦେଶନା ଦାୟିତ୍ୱ ପ୍ରଦ୍ୟୁମ୍ନ କୁମାର ଦାସ l ମହାତ୍ମା ଗାନ୍ଧୀ ଓ ସୁବାଷ ବୋଷ ଙ୍କର ଦେଶ ମାତୃକା ର ସେବାରେ ନିଜକୁ ଉତ୍ସର୍ଗୀକୃତ ଭାବନାରେ ନିଜକୁ ସମର୍ପି ଦେଇଥିବା ବେଳେ ଆଜିର ଦିନରେ ଅନେକ କାର୍ଯ୍ୟକ୍ରମ ସଠିକ ରୂପେ ରୂପାୟନ ହେଉନାହିଁ l ସ୍ୱର୍ଗ ରୁ ଆସି ଏହିସବୁ ବ୍ୟବସ୍ଥା ରେ ବ୍ୟତିକ୍ରମ ଦେଖିଲା ପରେ ନିରାଶ ହୋଇଯାଆନ୍ତି, ହେଲେବି ସମ୍ଭାବନା କୁ ନେଇ ଉଲଟା ଭାରତ କୁ ସଠିକ ଭାରତ ନିର୍ମାଣ କରିବାର ପ୍ରୟାସ ଜାରି ରୁହେ l ନାଟକର କଥାବସ୍ତୁ ଟା ରେ ବିଶେଷ କିଛି ଉପାଦାନ ନଥିଲେ ବି ନାଟକ ଟିର ମଞ୍ଚନ ସଠିକ ଥିଲା l
ଶେଷ ନାଟକଟି ଥିଲା ବୀଣାପାଣି ସାହିତ୍ୟ କଳା ସଂସଦ ର ନାଟକ ବଳଦ l ସୁମନ୍ତ ଭୋଇ ଙ୍କର ଦ୍ୱାରା ରଚିତ ନାଟକଟିକୁ ନିର୍ଦେଶନା ଦେଇଥିଲେ ସମୀର ସାହୁ l
ଦିନଥିଲା ବଳଦ ବିନା ଚାଷ ହେଉନଥିଲା ଆଜିର ଦିନରେ ବଳଦ ହୋଇଯାଉଛି ଅଦରକାରୀ l ଶେଷରେ ରୁଦ୍ର ଗୌନ୍ତିଆ ର ଜରିଆରେ ବିକ୍ରି ହୋଇ ଯାଆନ୍ତି ଦୈତାରୀ ର ଦୁଇ ବଳଦ ଇକିଲୁ ଆଉ ଟିକିଲୁ l ସୁନ୍ଦର କଥାବସ୍ତୁ କୁ ନେଇ ପର୍ଯବେଶିତ ନାଟକଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା l ଅଭିନୟ ଓ ନିର୍ଦେଶନା ଦ୍ୱାରା ନାଟକ ବଳଦ କୁ ଏକ ସଠିକ ଦିଗ ମିଳିପାରିଥିଲା