Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍ ; ଭୁବନେଶ୍ବର କୁ ହରାଇ ଛତିଶଗଡ଼ ଦଳ ଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୮ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍‌ର ସେମି ଫାଇନାଲ ମ୍ୟାଚ୍‌ରେ ସ୍ପାର୍ଟନ ଭୁବନେଶ୍ୱରକୁ ହରାଇ କ୍ୟୁସିଆର ଛତିଶଗଡ଼ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଛି । ମ୍ୟାଚ୍‌ଟି ଦୁଇଟି ଫର୍ମାଟରେ ହୋଇଥିଲା। ଛତିଶଗଡ଼ ଦଳ ଟସ୍ ଜିଣି ପ୍ରଥମ ଫର୍ମାଟ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୮୨ ରନ କରିଥିଲା । ଦଳର ଶଶାଙ୍କ ଚନ୍ଦ୍ରକର ୪୫ ବଲରୁ ବିସ୍ଫୋରକ ୯୭ ରନ ଓ ବିବେକ ବୋରକର ୧୯ ବଲ ରୁ ୩୧ ରନ କରିଥିଲେ । ବିପକ୍ଷ ଭୁବନେଶ୍ୱରର ଦିନା ଦାସ ୨ ଟି ଉଇକେଟ ନେଇଥିଲେ । ଜବାବରେ ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୬୧ ରନ କରିଥିଲା। ଦଳର ଦୁର୍ଗା ପ୍ରସାଦ ବେହେରା ୨୬ ବଲରୁ ୬୪ ରନ ଓ ଇଲୁ ଗୋଚ୍ଛାୟତ ୧୮ ବଲ ରୁ ୩୦ ରନ କରିଥିଲେ। ବିପକ୍ଷ ଛତିଶଗଡ଼ର ପବନ୍ ମହନ୍ତ ୪ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଟି-୧୦ ଫର୍ମାଟ ରେ ଛତିଶଗଡ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୧୦୩ ରନ କରିଥିଲା । ଦଳର କ୍ରିତେଶ ସାହୁ ୨୭ ରନ ଓ ଶଶାଙ୍କ ତିୱାରୀ ୨୪ ରନ କରିଥିଲେ। ଭୁବନେଶ୍ୱରର ଦିନା ଦାସ ଓ ବିଶ୍ୱ ଭୂଷଣ ବିହାରୀ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଭୁବନେଶ୍ୱର ଦଳ ୭.୨ ଓଭର ରେ ଚିତ୍ତ ପାତ୍ର ଙ୍କ ୧୫ ରନ ସହାୟତାରେ ସମସ୍ତ ଉଇକେଟ ହରାଇ ମାତ୍ର ୫୨ ରନ କରିଥିଲା । ଛତିଶଗଡର ପବନ ମହନ୍ତ ୪ ଟି ଓ ଦେବେନ୍ଦ୍ର ଭବଜାରୀ ଓ ଶଶାଙ୍କ ତିୱାରୀ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଛତିଶଗଡ ଦଳ ମ୍ୟାଚ୍ ର ବିଜେତା ହୋଇ ଫାଇନାଲ ରେ ପ୍ରବେଶ କରିଛି । ମ୍ୟାଚ୍ ମଧ୍ୟାନ୍ତରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବାର୍ତ୍ତା ପ୍ରଦାନ କରିବା ସହିତ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ସମାଜସେବୀ ରାଧାକାନ୍ତ ବାଘ ଓ ପୂର୍ବ ସରପଞ୍ଚ ବ୍ୟୋମକେଶ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତିଶଗଡର ଶଶାଙ୍କ ଚନ୍ଦ୍ରକରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ମ୍ୟାଚ୍‌ଟି ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ,
ଚମାରୁ ମହାକୁର ଅନଲାଇନ ସ୍କୋରିଙ୍ଗ ଏବଂ ପୀତାମ୍ବର ସାହୁ , ମାନସ ନନ୍ଦ ଓ ପ୍ରାଣବନ୍ଧୁ ସାହୁ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ