Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ପୂର୍ଣ୍ଣ , ଦୟନୀୟ ଅବସ୍ଥାରେ ଥିବା ଠାକୁରପୁର ରାସ୍ତା ଟି ଯଥାଶୀଘ୍ର ମରାମତି ପାଇଁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ   ପଞ୍ଚାୟତ ଅନ୍ତର୍ଗତ ଠାକୁରପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ବିପଦପୂର୍ଣ୍ଣ ତଥା ଦୟନୀୟ ଅବସ୍ଥାରେ ପଡ଼ିରହିଛି । ଉକ୍ତ ରାସ୍ତାଟି ବୀରମହାରାପୁର –  କଦଳିଗଡ ମୁଖ୍ୟ ରାସ୍ତା  ଠାରୁ ଠାକୁରପୁର  ଦେଇ ଅନୁଗୋଳ ଜିଲ୍ଲା କିଆକଟା  ପଞ୍ଚୟତ  ଅନ୍ତର୍ଗତ ଶଙ୍ଖମାଳ ଗ୍ରାମ ଦେଇ ବୌଦ୍ଧ ଓ ଆଠମଲ୍ଲିକ କୁ ସଂଯୋଗ କରିଥାଏ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଜନସାଧାରଣ ତଥା ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି। ଏଭଳି ଦୟନୀୟ ରାସ୍ତା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।‌ ବିଭିନ୍ନ ସମୟରେ ଏହି ରାସ୍ତା ଉପରେ ଛୋଟ ବଡ ଦୁର୍ଘଟଣା ଶିକାର ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।   ଠାକୁରପୁର ଓ ଶଙ୍ଖମାଳ ମଧ୍ୟରେ ଥିବା କେରଣ୍ଡିଯୋର  ପୋଲ ଉପରେ ୨୦୨୧ମସିହା ରେ ବିଜୁ ସେତୁ ଯୋଜନାରେ ୭ କୋଟି ୪୬ ଲକ୍ଷ ୯୪ହଜାର ଟଙ୍କା ବ୍ୟୟ ରେ ବିଜୁ ସେତୁ ନିର୍ମାଣ ହୋଇଛି। କିନ୍ତୁ ସେତୁ ର ଉଭୟ  ପାଶ୍ୱ ରାସ୍ତା ଅସମ୍ପୂର୍ଣ୍ଣ  ଭାବେ ପଡି ରହିଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ରାସ୍ତା ଉପରେ ସ୍ଥାନୀୟ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଠାକୁରପୁର  ରାସ୍ତା ଓ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି । ଠାକୁରପୁର ରାସ୍ତା କାଦୁଅ ପଚ ପଚ୍ ହୋଇଥିବାବେଳେ ଶଙ୍ଖମାଳ ରୁ ସେତୁ ପର୍ଯ୍ୟନ୍ତ ରାସ୍ତା ମେଟାଲ ବାହାରି ପଡ଼ିଛି। ଏହି ରାସ୍ତା ଦେଇ ଡୁଲେଶ୍ୱର ହାଇସ୍କୁଲ କୁ ଛାତ୍ର ଛାତ୍ରୀ ପାଠ ପଢି ଯାଉଥିବା ବେଳେ ଶହ ଶହ ଲୋକ ମଧ୍ୟ ଯିବା ଆସିବା କରୁଛନ୍ତି। ସାମାନ୍ୟ ବର୍ଷା ରେ ମଧ୍ୟ ରାସ୍ତା ଟି କାଦୁଅ ହୋଇ ଯାଉଥିବାରୁ ଛାତ୍ର ଛାତ୍ରୀ, ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଳେ ବେଳେ ସାଇକଲ ଓ ମୋଟର ସାଇକଲ ରୁ ଲୋକମାନେ ଉକ୍ତ ରାସ୍ତା ତଳେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଏଣୁ ପ୍ରଶାସନ ଯଥାଶୀଘ୍ର ଏ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ