ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ,ପିଟାପିଟି, ଉତ୍ତେଜନା,୫ରୁ ଉର୍ଦ୍ଧ ଆହତ


କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳନିଆଁ ଗ୍ରାମରେ ବାଲି ଗାଡ଼ିରୁ ଚାନ୍ଦା ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପିଟାପିଟି ହୋଇଛନ୍ତି l ସଂଘର୍ଷରେ ଉଭୟ ପକ୍ଷରୁ ୫ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି l ଗ୍ରାମର ଗୋଟିଏ ଗୋଷ୍ଠୀ ଗ୍ରାମ ନିକଟ ରାସ୍ତାରେ ବାଲି ପରିବହନ କରୁଥିବା ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲେ l ଅନ୍ୟ ଏକ ଗୋଷ୍ଠୀ ଏହାକୁ ବାରଣ କରିଥିଲେ l ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପିଟାପିଟି ହୋଇଥିଲେ l ଗ୍ରାମର ମହିଳା ମାନେ ମଧ୍ୟ ଚାନ୍ଦା ଆଦାୟକୁ ବିରୋଧ କରି ରାସ୍ତା ଉପରେ ଠିଆ ହୋଇ ଚାନ୍ଦା ଆଦାୟକୁ ବିରୋଧ କରି ପ୍ରତିବାଦ କରିଥିଲେ l ଗ୍ରାମରେ ଉତ୍ତେଜନା ଏବଂ ଅସନ୍ତୋଷ ଲାଗି ରହିଛି l ଫଳରେ ଯାତାୟାତ କରୁଥିବା ବାଲି ଗାଡି ଗୁଡିକ ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା l ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା l ଗୋଟିଏ ଗୋଷ୍ଠୀର ଅଭିଯୋଗ କ୍ରମେ ପୋଲିସ ମାମଲା ନଂ ୩୪୧/୨୦୨୪ ରେ  ୭ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରିଛି l ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି ଯେ ବାଲି ଗାଡିରୁ ଚାନ୍ଦା ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି l ତଦନ୍ତ ଚାଲିଛି l ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ଗ୍ରାମରେ ଛକାପଞ୍ଝା ଏବଂ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି l