ଗଞ୍ଜାମ: ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ମାଗଣାରେ ମେଡିସିନ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରୋଗୀଙ୍କୁ ମେଡିସିନ ଦେବା ବଦଳରେ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଉଛି । ଏମିତି କିଛି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗନ୍ଦପୁର ନିକଟ ରାସ୍ତା କଡେରେ ।
ଫିଙ୍ଗା ଯାଇଥିବା ଔଷଧ ମଧ୍ୟରେ ଟାବଲେଟଠୁ ଆରମ୍ଭ କରି ସିରପ ପର୍ଯ୍ୟନ୍ତ ରହିଛି । ଫିଙ୍ଗା ଯାଇଥିବା ମେଡିସିନରୁ କିଛିର ଏକ୍ସପାରୀ ଡେଟ୍ ପଳାଇଥିବା ବେଳେ ଆଉ କିଛିର ରହିଛି । ହେଲେ କିଏ ଓ କାହିଁକି ଭଲ ବ୍ୟବହାର ଯୋଗ୍ୟ ମେଡିସିନକୁ ଏମିତି ରାସ୍ତା କଡ଼ରେ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏପରିକି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଦରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।