Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭେଟେ ରାନ୍ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଉଦଯାପିତ।

ହାଟଡିହୀ ବ୍ଲକ ସୋସୋ ମିନି ଷ୍ଟାଡିୟମରେ ରିଜୋନାଲ ଭେଟେନାର୍ କ୍ରିକେଟ ଆସୋସିଏସନ (ଆରଭିସିଏ) ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ହୋଇଯାଇଛି। ମୁଖ୍ୟଅତିଥି ଭାବେ ସମାଜସେବୀ  ମନୋଜ କୁମାର ପାତ୍ର ଯୋଗ ଦେଇଥିବା ଥିବାବେଳେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସ, ବୃନ୍ଦାବନ ବନ ରାଉତ, ସୁରଥ କୁମାର ପ୍ରିୟା ସଂଗଠନର ରବିନ୍ଦ୍ର କୁମାର ଦାସ, ଖେଳ ଶିକ୍ଷକ ନାରାୟଣ ବିଶ୍ୱାଳ, ଆନନ୍ଦ ଦାସ ପ୍ରମୁଖ ଯୋଗ ଦେଇ କ୍ରୀଡା ପତାକାକୁ ଉଦ୍‌ଘାଟନ କରି କରିଥିଲେ। ଏହି ଉଦ୍‌ଘାଟନୀ କ୍ରୀଡାରେ ୪ଟି ଦଳ ଭାଗ ନେଇଥିଲେ | ଅମ୍ପାୟର ଭାବେ ସାନ୍ତୁନୁ ରାଉତ, ବିଜୟ ଜେନା, ବିରେନ୍ଦ୍ର ବେହେରା ଓ ସାର୍ଥକ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ। ଏଥିରେ ୨୦ ଓଭର ଡିୟୁଜ୍ ବଲରେ ଖେଳ ହେଉଛି। ଏଥିରେ ୩୦ ରୁ ଉର୍ଦ୍ଧ ବୟସ ଓ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ନେଇ କ୍ରିକେଟ ପ୍ରତିଯୋଗିତା କରାଯାଉଛି। ଆଗାମୀ ଦିନରେ ପ୍ରତି ବର୍ଷ ପ୍ରତି କ୍ରିକେଟ ପଡିଆ ରେ ଏହି ଖେଳ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତା ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ