ଶିମିଳିପାଳରେ ୧୩ ଶିକାରୀଙ୍କୁ ଧରା ପକାଇଲା AI କ୍ୟାମେରା


ବାରିପଦା: AI ତଥ୍ୟ ଆଧାରରେ ୧୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଶିମିଳିପାଳ ଅଭୟାରଣ୍ୟରୁ ଏହି ଶିକାରୀଙ୍କୁ ଧରାଯାଇଛି । ଗିରଫ କରେ ସମସ୍ତ ଅଭିଯୁକ୍ତୁ କୋର୍ଟ ଚାଲାଣ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ନ୍ୟାସ୍‌ନାଲ୍‌ ପାର୍କ ଓ ୱାଇଲ୍ଡ ଲାଇଫ ରେଞ୍ଜରେ ୧୩ ଜଣ ଶିକାରୀ ଶିକାର କରିଥିବା ପାଇଁ ଯାଉଥିଲେ । ଯାହା ଏଆଇ କ୍ୟାମେରାରେ କଏଦ ହୋଇଥିଲା । ସେହି ତଥ୍ୟ ଆଧାରରେ ଗତ ୧୪ ତାରିଖରେ ବନ ବିଭାଗ କରଞ୍ଜିଆ ଥାନା ଅନ୍ତର୍ଗତ ରାଣିଭୋଳ, ଅଁଳାକଟା, ରାମଯୋଡି, ଦୁଧିଆଣି ଗାଁରେ ଚଢ଼ଉ କରି ୧୩ ଜଣ ଶିକାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୩ଟି ଧନୁ ଓ ୩୩ଟି ତୀର ଜବତ କରିଛି ।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ୧୦୦ଟି ସ୍ଥାନରେ ଏଆଇ କ୍ୟାମେରା ଲଗା ଯାଇଛି । ସେହି କ୍ୟାମେରା ଶିକାରୀଙ୍କ ଫଟୋ କଏଦ କରୁଛି । ଏଆଇ ତଥ୍ୟ ଆଧାରରେ ବନ ବିଭାଗ ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି ।