Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାଘ ପାଲି ବକୁଳ ଯାତ୍ରା ଉପଲକ୍ଷେ ସ୍ମରଣିକା ସୁଧାସାର ଉନ୍ମୋଚିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଘପାଲି ଠାରେ ଚାଲିଥିବା ପ୍ରସିଦ୍ଧ ବକୁଳ ଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହୋଇ ଯାଇଛି। ଏଥିରେ ଗତ ୨୪ ଠାରୁ ଚାଲୁଥିବା ଭାଗବତ ପାରାୟଣ ୩୦ତାରିଖରେ ଉଦ୍‌ଯାପିତ ହେବା ସଙ୍ଗେ ସଙ୍ଗେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା ଓ ମଙ୍ଗଳବାର ପୂର୍ଣ୍ଣାହୂତି ହୋଇଛି । ଶେଷ ଦିନରେ ବକୁଳ ଯାତ୍ରା ମହୋତ୍ସବ କମିଟି ତରଫରୁ ଏକ ସ୍ମରଣିକା ସୁଧାସାର ଉନ୍ମୋଚିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ରାଜ୍ୟ ବିଜେଡି ସଂପାଦକ ଉତ୍ତର କୁମାର ପାତ୍ର , ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା , ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରତିନିଧି କୃତିବାସ ମିଶ୍ର , କୃତିବାସ ଚାନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚନ୍ଦ୍ରମଣି ପୀଠ ର ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ପ୍ରକାଶ କରିଥିଲେ। ଚନ୍ଦ୍ରମଣି ଦାସ ପୀଠର ସଂପାଦକ ମୁକୁନ୍ଦ ଧରୁଆ ସଭା ସଂଯୋଜନା କରିଥିଲେ ।