ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ।


ହାଟଡିହି ଶ୍ରୀ ସତ୍ୟସାଇ ସେବା ସମିତି ମରେଇଗାଁ ଅଧିନ ରେ ଗଢି ଉଠିଥିବା ଅନେକ ଭଜନ ମଣ୍ଡଳୀ ରେ ଭିନ୍ନ ଭିନ୍ନ ସମୟରେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ସକାଳୁ ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ନାମର୍ଚନା, ସନ୍ଧ୍ୟା ରେ ଭଜନ , ସତସଙ୍ଗ ସହ ବାଲ ବିକାଶ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଇନଚୋଳ ସାଇ ସମିତି ର ଆବାହକ ଆଦିକନ୍ଦ ସ୍ୱାଇଁ , ମଠ କପୁଣ୍ଡି ଭଜନ ମଣ୍ଡଳୀ ଆବାହକ ସନ୍ତୋଷ କୁମାର ଚକ୍ର, ଗୌର କୃଷ୍ଣ ନାୟକ , ବାଲ ବିକାଶ ଗୁରୁ ବିଭୂତି ଭୂଷଣ ଜେନା, ପ୍ରଦୀପ କୁମାର ଜେନା, ରତିକାନ୍ତ ମୁଦୁଲି, ମନମୋହନ ଜେନା, ଆନନ୍ଦ ଜେନା, ରଶ୍ମି ରେଖା ଜେନା, ମମତା ମଞ୍ଜରୀ ମୁଦୁଲି, ଯମୁନା ଭୂୟାଁ, ଯୁଳ ଭୂୟାଁ, ଙ୍କ ସହ ଟୁନା ନାୟକ, ସତ୍ୟଭାମା ବେହେରା, ପ୍ରମୁଖ ରହି ସହୋଜୋଗ ଥିଲେ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।