Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜିତ କୁମାର ରଥଙ୍କ ପ୍ରତି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳୀ

ସମ୍ବଲପୁର:ଝାରସୁଗୁଡ଼ା ର ବିଶିଷ୍ଟ ସମାଜସେବୀ, ସାମ୍ବାଦିକ ତଥା ସଙ୍ଗଠକ ଅଜିତ କୁମାର ରଥ ଙ୍କ ର ଗତକାଲି ରାତି ରେ ସ୍ଵର୍ଗବାସ ହୋଈଯାଇଛି । ଆଜି ଝାରସୁଗୁଡା ର ସରବହାଲ ସ୍ଥିତ ଶ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଈ ଯାଇଛି । ଏଥିରେ ତାଙ୍କର ପରିବାର ବର୍ଗ ସମେତ ସହର୍ ର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।
ପଶ୍ଚିମ ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ପୂର୍ବତନ ଝାରସୁଗୁଡା ଜିଲ୍ଲା ସଂଯୋଜକ ତଥା ବର୍ତ୍ତମାନ ରେ ପ୍ରଭାରୀ ଥିଲେ ସ୍ୱର୍ଗତ ରଥ । ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ର ଅନେକ ଅନୁଷ୍ଠାନ ର ସେ ପଦାଧିକାରୀ ଓ ସକ୍ରୀୟ ସଦସ୍ୟ ମଧ୍ଯ ଥିଲେ । ବିଭିନ୍ନ ସାମାଜସେବା କାର୍ଯ୍ୟ ଓ ଆନ୍ଦୋଳନ କରି ଅଞ୍ଚଳ ରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।
ତାଙ୍କର ଆତ୍ମ ର ଶାନ୍ତି ଓ ସତଗତି ପାଇଁ ଆଜି ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ କେନ୍ଦ୍ରୀୟ ଟିମ୍ ପକ୍ଷରୁ ସମ୍ବଲପୁର ଜେଲ୍ ଛକ୍ ନିକଟସ୍ଥ ସମ୍ବଲପୁରୀ ଡେରା ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଈଯାଇଛି । ମଞ୍ଚ ର ସଦସ୍ୟ ସଦସ୍ୟା ମାନେ ଡେରା ରେ ଉପସ୍ଥିତ ରହି ତାଙ୍କ ଫୋଟୋ ରେ ପୂଷ୍ପର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରି ନୀରବ ପ୍ରାର୍ଥନା କରିଥିଲେ । ପରେ ସ୍ୱର୍ଗତ ରଥ ଙ୍କ ସ୍ମୃତି ଚାରଣ କରିଥିଲେ ।
ସ୍ୱର୍ଗତ ରଥ ପ୍ରଥମ ଥର କରି ସମ୍ବଲପୁରୀ ଦିନ କୁ ସମ୍ବଲପୁର ସହର ରୁ ବାହାରେ ଝାରସୁଗୁଡ଼ା ରେ ଆୟୋଜନ କରିଥିଲେ । ୨୦୧୯ ରେ ମଞ୍ଚ ର ଦ୍ଵିତୀୟ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଝାରସୁଗୁଡ଼ା ରେ ତାଙ୍କ ନେତୃତ୍ୱ ରେ ଆୟୋଜନ କରାଯାଇଥିଲା । ସେ ଏକା ଧାରାରେ ଜଣେ ସାମ୍ବାଦିକ, ସମାଜସେବୀ ତଥା ସଙ୍ଗଠକ ଭବେ କାର୍ଯ୍ୟ ସମ୍ପାଦନା କରୁଥୁଲେ। ତାଙ୍କର ସ୍ଵର୍ଗବାସ ଫଳରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ର ଅପୂରଣୀୟ କ୍ଷତି ହୋଇଛି ବୋଲି ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଥିଲେ ।
ମଞ୍ଚ ର ସମ୍ବଲପୁର ଜିଲ୍ଲା ସଂଯୋଜକ କିଶୋର ଧରେଇ ଙ୍କ ସଭାପତିତ୍ବ ରେ ହୋଇଥିବା ଆଜିର ଶ୍ରଦ୍ଧାଞ୍ଜଳୀ ସଭା ରେ ଆବହକ ଭବାନୀ ଶଙ୍କର ଭୋଇ, ଭକ୍ତ ପ୍ରସାଦ ପଣ୍ଡା, ସୁଦାମ ମେହେର, ରାହୁଲ ଗୁପ୍ତା, ଶଙ୍କର ମେହେର, ପଙ୍କଜିନୀ ମେହେର, କାନ୍ତି ମେହେର, ସୁଷମା ପ୍ରଧାନ, ଗୀତାଞ୍ଜଳୀ ରଣା, ଲଳିତା ଭୋଇ, ଭୂମିଶୁତା ମେହେର ପ୍ରମୁଖ ଉପସ୍ଥିତ ଥିଲେ ।