Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଏଁରୀ ତିହାର-୨୦୨୫ ଉଦଘାଟିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁରର ପଏଁରୀ ଅନୁଷ୍ଠାନ, କେନ୍ଦ୍ର ସଂସ୍କୃତି ବିଭାଗ, ନୂଆ ଦିଲ୍ଲୀ ସଂଗୀତ ନାଟକ ଏକାଡେମୀର ମିଳିତ ଅନୁକୂଲ୍ୟ ତଥା ରାଜ୍ୟ ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ସହଯୋଗରେ ସ୍ଥାନୀୟ ପୁରୁଣା ଟାଉନହଲ ପରିସର ଠାରେ ତିନି ଦିନ ଧରି ହେବାକୁ ଥିବା ଜାତୀୟ ପାରମ୍ପାରିକ ଲୋକ ସଙ୍ଗୀତ ଓ ଲୋକ ନୃତ୍ୟର ମହାପାର୍ବଣ ପଏଁରୀ ତିହାରର ରୌପ୍ୟ ଜୟନ୍ତୀ ସମାରୋହ ତଥା ପଏଁରୀ ତିହାର -୨୦୨୫ ଆଜି ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଲଡ଼ୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଵୀରମହାରାଜପରୁ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇ ସୁବର୍ଣ୍ଣପୁରର କଳା ସଂସ୍କୃତି ଅନନ୍ୟ ବୋଲି କହିବା ସହିତ କଳା ସଂସ୍କୃତି ପାଇଁ ଜିଲ୍ଲାର ପରିଚୟ ସୃଷ୍ଟି ହୋଇଛି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ଆହୁରି ମଧ୍ୟ ଲୁକ୍କାୟିତ କଳା ସବୁକୁ ଉଜ୍ଜିବିତ କରିବା ସହିତ ନୂତନ କଳା ସୃଷ୍ଟି କରିବାର ଆବଶ୍ୟକତା ରହିଛି, କାରଣ କଳା ସଂସ୍କୃତି ଛାଡି ଆଗକୁ ବଢିବା ଅସମ୍ଭବ ବୋଲି ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଇଡିଏଲ ପ୍ଲବିକ୍ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ତଥା ପଏଁରୀ ଅନୁଷ୍ଠାନର ପୂର୍ବତନ ସଭାପତି ଡ.ଦେବେନ୍ଦ୍ର ପ୍ରଧାନ, ମମତା ଫ୍ୟାସନ୍ ସ୍କୁଲର ସିଇଓ ମମତା ଦାସ, ଅନୁଷ୍ଠାନର ଉପଦେଷ୍ଟା ତ‌ଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ ପ୍ରମୁଖ ଯୋଗ ଦେଇ ପଏଁରୀ ତିହାର ମାଧ୍ୟମରେ ଜିଲ୍ଲାର ଲୁକି ଯାଉଥିବା ପାରମ୍ପାରିକ କଳା, ସଂସ୍କୃତିକୁ ଆହୁରି ଉଜ୍ଜୀବିତ କରାଯାଇପାରିବ ବୋଲି କହିଥିଲେ। ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ରବ୍ୟ ରଖିବା ସହିତ ପଏଁରୀ ଅନୁଷ୍ଠାନର ବିଗତ ୨୫ ବର୍ଷର ବିବରଣୀ ପ୍ରଦାନ କରିଥିଲେ । ସଭ୍ୟ ସୁଶାନ୍ତ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ଶେଷରେ ଅନୁଷ୍ଠାର ଉପସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଳାକାର ଗୁପ୍ତେଶ୍ଵର ଖେତୀଙ୍କୁ ପଏଁରୀ ଯୁବ ପ୍ରତିଭା ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା। ଏହି ଅବସରରେ ସୋନପୁରର ମମତା ଫ୍ୟାସନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ, ବ୍ୟକ୍ତିବି ଶେଷ ଏବଂ ସମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ପରେ ବରଗତର ଢଲିଆ ଖୁସା, ଝାଡଖଣ୍ଡର ରୀଚି, ତୁଷୁରାର ଘୁଡ଼ୁକା, ବୈଦ୍ଧର ନଚନିଆଁ, ପଏଁରୀ ସୋନପୁର ଏବଂ ବିଭିନ୍ନ ରାଜ୍ୟ ବାହାର ଅନୁଷ୍ଠାନ ମାନଙ୍କର କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା ପୂର୍ବରୁ ବିଶିଷ୍ଟ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ସୁଜାତା ଗିରି, ନବୀନ କୁହଁର, ନରାୟଣ ଲୁହା ପ୍ରମୁଖଙ୍କ ଦ୍ୱାରା ପାରମ୍ପାରିକ ଲୋକଗୀତ ପରିବେଷଣ କରାଯାଇଥିଲା। ହଜାର ହଜାର ଦର୍ଶକ ବିଲମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଏହି ଅବସରରେ ଆଜି ସକାଳୁ ମା ସୁରେଶ୍ଵରୀଙ୍କ ମନ୍ଦିର ରୁ ଏକ ବିରାଟ ସାଂସ୍କୃତିକ ଦଳ ଙ୍କ ମଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ପୁରଣା ଟାଉନହଲ ପରିସରରେ ପହଂଚିଥିଲା ଏବଂ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏହାକୁ ସୋନପୁର ର ବିଶିଷ୍ଟ କଳାକାର କରମଚାନ୍ଦ ମହାନ୍ତି ରଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ସାମଜସେବା ଶ୍ରୀବତ୍ସ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ, କଳାକାର ମାନ ଭଞ୍ଜନ ମିଶ୍ର, ରାମକୃଷ୍ଣ ହୋତା, ରମେଶ ପଧାନ, ଶ୍ୟାମ ସୁନ୍ଦର ସୁନା, ନିରାକାର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଏଁରୀ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ