ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ବନlଞ୍ଚଳ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ସହିତ ଅନ୍ୟ ପଞ୍ଚାୟତ ର ବିଭିନ୍ନ ଗାଁ ରେ ହାତୀପଲ ଦ୍ଵାରା ଗଚ୍ଛିତ ଥିବା ଧାନ ଫସଲ ଏବଂ ଜମିରେ ଥିବା ଧାନ କୁ ହାତୀ ପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଆଡାଲ , ଚୌକl , ମୁଡ଼ିଦାମକ, ଚନ୍ଦଲି , କାଶଳପୂର , ସେରଗେଡ଼ା ଆଦି ଗ୍ରାମରେ ହାତୀପଲ ଫସଲ ନଷ୍ଟ କରିଛନ୍ତି। ଉକ୍ତ ହାତୀ ପଲ ରେ ପ୍ରାୟ ୬ ଟି ଦନ୍ତାହାତୀ ଥିବା ଏସିଏଫ ସୂଚନା ଦେଇଛନ୍ତି l ଉକ୍ତ ହାତୀପଲ ରେଢ଼ାଖୋଲ ପଟରୁ ବୀରମହାରାଜପୁର ରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ହାତୀ ପଲ ଆସି ଖାଦ୍ୟ ପାଇଁ ଆମର ପାଲି ଗାଁ ଆଡ଼କୁ ମୁହାଇ ଥିଲେ । ହାତୀପଲ କୁ ସ୍ଥାନୀୟ ଲୋକେ ବନ କର୍ମଚାରୀ ଙ୍କ ସହିତ ମିଶି ଘଉଡାଇ ଥିଲେ। ବନ ବିଭାଗ ହାତୀ ପଲ କୁ ଜଙ୍ଗଲ ଆଡ଼କୁ ଘଉଡାଇବା କୁ ଚେଷ୍ଟା କରିଥିଲେ l ହାତୀପଲ ବର୍ତ୍ତମାନ ସେରଗେଡା ଜଙ୍ଗଲ ରେ ରହିଥିବା ବେଳେ ଵନ ବିଭାଗ ର କର୍ମଚାରୀମାନେ ହାତୀପଲ କୁ ଜଗି ରହିଛନ୍ତି ଯେପରି କି ସେମାନେ ଜନବସ୍ତି ମଧ୍ୟକୁ ନ ଆସନ୍ତି । ହାତୀପଲ ଦିନ ବେଳା ଜଙ୍ଗଲ ରେ ରହି ଯାଉଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଧାନ ଫସଲ ନଷ୍ଟ କରିବା ଯୋଗୁଁ ଚାଷୀ ଚିନ୍ତାରେ ରହିଛନ୍ତି । ଗତ କିଛି ଦିନ ଘଟଣା ଦିନ ବେଳା ମଧ୍ୟ ଗାଁ ନିକଟ ରେ ହାତୀ ପଲ ରହୁଥିବା ରୁ ଗ୍ରାମବାସୀ ଭୟଭୀତ ହେଉଛନ୍ତି ।