ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଉଥିବା ତୃତୀୟ ଆଞ୍ଚଳିକ ଧନୁଯାତ୍ରା ର ଉଦଘାଟନୀ ଉତ୍ସବରେ ବୟନିକା ର ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ ପୂର୍ବକ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଧନୁଯାତ୍ରା ମହୋତ୍ସବ ଶନିବାର ତୃତୀୟ ବର୍ଷ ତୃତୀୟ ଦିବସ ର ସାଂସ୍କୃତିକ ସନ୍ଧ୍ୟାରେ ନାଟ୍ୟାଭିକ୍ରମରେ ମୁକ୍ତାକାଶ ରଙ୍ଗମଞ୍ଚ ରେ ଦେବକୀ ଙ୍କ ଗୋଟି ଗୋଟି କରି ଛଅ ପୁତ୍ର ଙ୍କୁ କଂସ ନିଧନ କରିଛି । ସପ୍ତମ ଗର୍ଭ ଅଦୃଶ୍ୟ ହେଲା । ଦେବକୀଙ୍କ ଅଷ୍ଟମ ଗର୍ଭ ରେ କୃଷ୍ଣ ଜନ୍ମ। ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶୂନ୍ୟ ବାଣୀ ଶୁଣି କଂସ ମର୍ମାହତ ଆଦି ପରିବେଷଣ ହୋଇଥିଲା । ଏଥିରେ କଂସ ଭୂମିକାରେ ବରଗଡ଼ ଜିଲ୍ଲା ଚିଚିଣ୍ଡା ର ଝସକେତନ ପ୍ରଧାନ ଅଭିନୟ ବେଶ ଆକର୍ଷଣୀୟ ହେଉଛି । ଶନିବାର ସାଂସ୍କୃତିକ ସନ୍ଧ୍ୟାରେ ଆୟୋଜକ ସଭାପତି କିଶୋର ହୋତା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭା ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ହିଲୁଙ୍ଗ ସମିତିସଭ୍ୟ ଶୈଳରଞ୍ଜନ ବାଦୀ, ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ବିବଶ୍ଵତି ପଣ୍ଡା ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଏହା ସହିତ ମଞ୍ଚ ରେ ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ ହୋଇଥିଲା। ଲୀଳା ନାଟକ ମଞ୍ଚ ସହିତ ମିନାବଜାର ରେ ମଧ୍ୟ ଦର୍ଶକ ଙ୍କ ସମାଗମ ହୋଇଥିଲା । ଆଜି ଚତୁର୍ଥ ରଜନୀ ରେ ମହାରାଜ କଂସ ମଥୁରା ନଗରୀରେ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଆସି ଦରବାରରେ ପହଁଚି ଥିଲେ I ରବିବାର ପୂର୍ବାହ୍ନରେ ଧନୁଯାତ୍ରା ମହୋତ୍ସବ ଅବସରରେ ଏକ କବିତା ପାଠୋତ୍ସବ ବୀରମହାରାଜପୁର ମିନି ଷ୍ଟାଡିୟମ ସ୍ଥିତ କଂସ ରଙ୍ଗମଞ୍ଚରେ ଆୟୋଜିତ ହୋଇଥିଲା I ଏଥିରେ ଡ. ଦ୍ଵିତିକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀ ମୁଖ୍ୟ ବକ୍ତାଭାବେ ଏବଂ ଭାଗବାନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I