କଳାହାଣ୍ଡି:୦୬/୦୧
କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ଲକ ର ପ୍ରତି ପଞ୍ଚାୟତ ରେ ପ୍ରତି ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ର କୋକସରା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସଭାପତିତ୍ୱ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ର ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, ଏପିଓ ସତୀଶ ରଞ୍ଜନ ବେହେରା, ବିପିସି ଜିତେନ୍ଦ୍ର କୁମାର ମିଶ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଞ୍ଚାୟତ ର କୋକସରା, ଚିଲିଗୁଡା, ଗଡରାମାଲ, ନୂଆପଡା ଗ୍ରାମରୁ ଆସିଥିବା ହିତାଧିକାରୀଙ୍କ ଆବାସ ଯୋଜନା, ଭତ୍ତା,ପିଡ଼ିଏସ ଓ ଅନ୍ୟାନ୍ୟ ଅଭିଯୋଗ ନେଇ ଆସିଥିବା ହିତାଧିକାରୀ ଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଏହି ଜନ ଶୁଣାଣି ଶିବିର ରେ ମୋଟ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ହିତାଧିକାରୀ ଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ ବିଡ଼ିଓ ଶ୍ରୀ ମାଝୀ କହିଛନ୍ତି।ପଞ୍ଚାୟତ ର ପିଇଓ ଭବିଷ୍ୟତ ପଟେଲ ଓ ଯୋଗାଣ ସହାୟକ ଦୟା ଶବର ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ଜନ ଶୁଣାଣି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।