Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ ।

କଳାହାଣ୍ଡି:୦୭/୦୧ (ସନତ ପ୍ରଧାନୀ)
କୋକସରା ବ୍ଲକ ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଭାର ବିକାଶ ପାଇଁ ଓ ସେମାନଙ୍କ ଭିତରେ ଥିବା ସୁପ୍ତ କ୍ରୀଡା ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ସରକାର କ୍ରୀଡ଼ାକୁ ବହୁତ ଗୁରୁତ୍ଵ ଦେଉଛନ୍ତି. ବିଦ୍ୟାଳୟ ସ୍ତରରୁ କିପରି ସେମାନଙ୍କର ପ୍ରତିଭା ପଦାକୁ ଆସିବ ସେଥିପାଇଁ ପ୍ରତିବର୍ଷ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୁଏ।କୋକସରା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋତମୁଣ୍ଡା ଶିକ୍ଷା ଓ ଶୈକ୍ଷିକ କାର୍ଯ୍ୟର ବିକାଶ ପାଇଁ ଯେତିକି ତତ୍ପର ସେତିକି କ୍ରୀଡ଼ାର ବିକାଶ ପାଇଁ ମଧ୍ୟ ତତ୍ପର।ଚଳିତ ବର୍ଷ ମହାଆଡମ୍ବରରେ ବାର୍ଷିକ କ୍ରୀଡା ପାଇଁ ଏକ ଭବ୍ୟ ମସାଲ ଶୋଭାଯାତ୍ରା ବିଦ୍ୟାଳୟ ପ୍ରାଙ୍ଗଣରୁ ବାହାରି ଗ୍ରାମ ଦେବୀ ମା ଘାଟିମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ମନ୍ଦିରରୁ ପୂଜାର୍ଚନା କରି ମସାଲ ଖେଳ ପଡ଼ିଆକୁ ଫେରିଥିଲା। ଏହି ଅବସରରେ ଏକ ଉଦଘାଟନୀ ସଭା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ କୋକସରା ଜୋନ ୧ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି ଭବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କ୍ଷମାନିଧି ମାଝୀ ଯୋଗଦେଇଥିଲେ। ସଭାକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିଲେ । ପ୍ରଥମେ ବିଦ୍ୟାଳୟର ହାଉସ ହାଉସ ମଧ୍ୟରେ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା।ମ୍ଯାଚ ଗୁଡିକ ବିଦ୍ୟାଳୟର ଖେଳଶିକ୍ଷକ ଜିତାମିତ୍ର ମାଝୀ ଓ ମିଲନ କୁମାର ରାଉଲ ପରିଚାଳନା କରିଥିଲେ. ବିଦ୍ୟାଳୟ କନିଷ୍ଠ କିରାଣୀ ପ୍ରସେନଜିତ ନାଏକ ଓ ଶିକ୍ଷକ ଶଙ୍କର ବେହେରା ସ୍କୋରବୋର୍ଡ ଦାୟିତ୍ଵରେ ଥିଲେ।ଶୀକ୍ଷକ ତପନ ମାଝୀ, ସୁମନ୍ତ କୁମାର ନାୟକ, ନିମାଇଁ ଚରଣ ବିଶ୍ଵାଳ, ସୁଶ୍ରୀ ଦୀପ୍ତିମୟୀ ବାଗ, ସୌଦାମିନୀ ଦାସ, ଜୟକିଶନ ମେହେର, ଶ୍ରୀ ଅରୁଣ କୁମାର ନାଏକ, ଶ୍ରୀ ବଳରାମ ସେଠୀ ସହଯୋଗ କରିଥିଲେ।