ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଯୁକ୍ତଦୁଇ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ ଯୋଗଦେଇଥିଲେ । ସେହିପରି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ସୀମାରାଣୀ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୋନପୁର ସ୍ଥିତ ବିଜୁପଟ୍ଟନାୟକ ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ନିଳିନୀପ୍ରଭା ପଧାନ , ଜିଲ୍ଲା ନୋଡାଲ ଅଧିକାରୀ ମଧୁସୁଦନ ପୂଜାହାରୀ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ସହ ସଂଯୋଜିକା ଅଧ୍ୟାପିକା ସୁପ୍ରଭା ନନ୍ଦ ମଞ୍ଚାସୀନ ରହିଥିଲେ । ସଂଯୋଜିକା ଅଧ୍ୟାପିକା ହରପ୍ରିୟା ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ସହିତ ଅନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମୁଦାୟ ୧୭୪ ଜଣ ଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରିବେ । ପ୍ରଶିକ୍ଷିକା ଭାବରେ ଅଙ୍କିତା ପଧାନ , ଶୁଭ୍ରାଜୋତି ପ୍ରଧାନ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁବାଶ ଚନ୍ଦ୍ର ଶତପଥୀ , ଶ୍ରୀରାମ ଦେହେରୀ , ଦିବାକର ଭୋଇ ଓ କଳାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।