ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମlଳ ଖେଳ ପଡ଼ିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଖଇରମlଳ ର ଲକ୍ଷ୍ଣଣଖେତୀ ଓ ସ୍ୱେଚ୍ଛାସେଵୀ ପିକୁଳ ଚନ୍ଦ୍ର ପଧାନ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ଟି ଅଡାଳ ଓ କେନଝରିଆପାଲି ମଧ୍ୟରେ ହୋଇଥିଲା । ଅଡ଼ାଲ ଦଳ ପ୍ରଥମେ ବ୍ୟାଟିଂ କରି ୧୧୬ ରନ କରିଥିବା ବେଳେ କେନଝରିଆପାଲି ଦଳ ୯୯ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ବଡଖମାର ଓ ତେଲିପାଲି ମଧ୍ୟରେ ହୋଇଥିଲା । ଏଥିରେ ବଡଖମାର ଦଳ ୧୫୦ ରନ କରିଥିବା ବେଳେ ତେଲିପାଲି ୪୫ରନ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଅଡ଼ାଲ ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ବଡଖମାର ମଧ୍ୟରେ ହୋଇଥିଲା । ଏଥିରେ ବଡ ଖମାର ୬୭ ରନ କରିଥିବା ବେଳେ ଅଡ଼ାଲ ଦଳ ୪୨ ରନ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା । ଅମ୍ପାୟାର ଭାବେ ପ୍ରଶାନ୍ତ ବାଙ୍କ ମହାଦେବ ବଗର୍ତି ଦାୟିତ୍ଵ ତୁଲାଇଥିଲେ I ସ୍କୋରର ମିଳନ ବଡ଼ମାଳି ଥିବାବେଳେ ଅନ୍ତରାମ ବିଶି, ଆକାଶ ପଧାନ, ଶିବରାମ ବଡ଼ମାଳି ଧାରା ବିବରଣୀ ପ୍ରଦାନ କରିଥିଲେ ।