Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ରହିଛି ସଂଘ କାର୍ଯ୍ୟରେ

ବୀରମହାରାଜପୁର : (ସୌମିତ୍ରି ମେହେର)
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ , ସୁବର୍ଣ୍ଣପୁର ଜିଲ୍ଲାର ବାର୍ଷିକ ବନ ବିହାର କାର୍ଯ୍ୟକ୍ରମ ଗୁଲୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ମଠ ମହନ୍ତ ମହାରାଜ ରଘୁବର ଦାସ, ପ୍ରବକ୍ତା ଜିଲ୍ଲା ପ୍ରଚାରକ ପ୍ରଣବ ନାୟକ, ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ ତ୍ରିପାଠୀ , ଜିଲ୍ଲା କାର୍ଯ୍ୟବାହ ଧର୍ମେନ୍ଦ୍ର ବଡମାଳି ପ୍ରମୁଖ ମଞ୍ଚାସୀନ ଥିଲେ । ଅର୍ପିତା ସୁମନ ମହାନ୍ତି ଙ୍କ ବ୍ୟକ୍ତିଗତ ଗୀତ ପରେ
ବୌଦ୍ଧିକ ଓ ଅରିଚୟ ବର୍ଗ ହୋଇଥିଲା । ରଶ୍ମି ରଞ୍ଜନ ଦାସ ସଭା ସଂଯୋଜନା କରିଥିଲେ । ସଂଘ କାର୍ଯ୍ୟରେ ସ୍ନେହ ଶ୍ରଦ୍ଧା ଓ ଆନ୍ତରିକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ପୂର୍ବତନ କାର୍ଯ୍ୟବାହ ମାଙ୍ଗୁ ସେଠୀ , ବିପିନ ବାଘଙ୍କ ସହିତ ଜନ୍ମେଜୟ ପାଣିଗ୍ରାହୀ , ଜୟଦ୍ରଥ ଜଗଦଲା , ଜନାର୍ଦ୍ଦନ ନାୟକ , ବିଭୁତି କୁଦେଇ , ଦିଲ୍ଲିପ ମେହେର , ସୂର୍ଯ୍ୟ ପଣ୍ଡା , ସନ୍ତୋଷ ପୁରୋହିତ,ଡ.ଦ୍ବିତୀକୃଷ୍ଣ ପଣ୍ଡା , ରାଧା ମାଧବ ଷଡ଼ଙ୍ଗୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।