Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓ ସମ୍ବଲପୁର ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କୁ ସାକ୍ଷାତ

ସମ୍ବଲପୁର:ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,୫ ଖାରବେଳ ନଗର ଓଡିଶା ଓ ସମ୍ବଲପୁର ଜିଲ୍ଲା ଶାଖା ତରଫରୁ ଶ୍ରୀ ବବୃବାହନ ଭୋଇ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ସାଧାରଣ ସମ୍ପାଦକ ଓ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସଚିବଙ୍କ ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଦେଇ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରକାରର ଶିକ୍ଷକ ମାନଙ୍କ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ ! ଜିଲ୍ଲାପାଳ ମହାଶୟ ମଧ୍ୟ ଜିଲ୍ଲାର ସମସ୍ତ ଶିକ୍ଷକ ମାନଙ୍କୁ ତାଙ୍କର ଶୁଭେଚ୍ଛା ବାର୍ତ୍ତା ଜଣେଇବା ସହ ଶିକ୍ଷକ ମାନଙ୍କ ଶିକ୍ଷାଦାନ କୁ ପ୍ରଶଂସା କରିଥିଲେ ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘର ସଭ୍ୟ ଜୟନ୍ତୀ ଦେବତା, ରାଜ୍ୟ ସଂଗଠନ ସମ୍ପାଦକ ଉପେନ୍ଦ୍ର ସ୍ୱାଇଁ ,ସଭ୍ୟ ମାଳା ଡାଏରି ଓ ରଞ୍ଜୁରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories