Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ଜାତୀୟ ଯୁବଦିବସ ପାଳିତ

ମହାବିଦ୍ୟାଳୟ ରେ ଜାତୀୟ ଯୁବଦିବସ ପାଳିତ
ଲକ୍ଷ୍ମୀପୁର ୧୨/୦୧ ..ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ୟୁନିଟ୍ ତରଫରୁ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି l କାର୍ଯ୍ୟକ୍ରମରେ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ସଭାପତିତ୍ୱ କରି ଯୁବ ମାନେ ହିଁ ଦେଶ ଗଠନ ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ ବୋଲି ପ୍ରକାଶ କରି  ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ମୂଖ୍ଯ ଅତିଥି ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମଧ୍ଯ ଏହି ଯୁବ ଦିବସ ପାଳନ କରିବାର ଉଦ୍ଦେଶ୍ଯ ହେଲା ଯୁବ ସମାଜକୁ ସଚେତନ କରାଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିବାରେ ସେମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପରିପ୍ରକାଶ କରିଥିଲେ।ସ୍ବାଗତ ଭାଷଣରେ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦେଶ ଗଠନରେ ସମର୍ପିତ ହେବାକୁ ପ୍ରବର୍ତ୍ତାଇ ଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଯଶୋବନ୍ତ ଗରଡା, ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଦାସ, ଅଧ୍ୟାପିକା ମହିମା ରାଣୀ ରାଜୁ, ଜୟଶ୍ରୀ ପଟ୍ଟନାୟକ, ସୁଶ୍ରୀ ଅଙ୍କିତା ୱାଡେକା, ଅଧ୍ୟାପକ ପବିତ୍ର ମଣ୍ଡଳ, ବବଲୁ ବେନିଆ, ଆସିଷ୍ଟାଣ୍ଡ ଲାଇବ୍ରେରୀଆନ ଏଙ୍କେଶ୍ୱର ଖରା ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିଲେ l ପ୍ରବାସୀ ଭାରତୀୟ ଦିବସ ପାଳନ ପରିପେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୂ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯାଇଥିଲା।