Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ସାଇ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ପଟଭାଡି ସ୍ଥିତ ରାମଜୀ ନଗର ଠାରେ ଥିବା ଶ୍ରୀ ସାଇ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ଦୁଇଦିନ ଧରି ପାଳନ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ବାଲ ଗୋପାଳ ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ସୋନପୁର କଲେଜର ପୂର୍ବତନ ପ୍ରାଧ୍ୟାପିକା ରେଣୁକା ମିଶ୍ର ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ତଥା ସତ୍ୟସାଇ ସଂଗଠନ ର ବାଳବିକାଶ ଗୁରୁ, ଆରତି ଖମାରୀ, ସବିତା ପଟ୍ଟନାୟକ ଓ ଟିକେଶ୍ୱରୀ ମେହେର ଯୋଗ ଦେଇଥିଲେ ଏବଂ ସ୍କୁଲ୍ ର ଅବିଭାବକ ବୃନ୍ଦ ଉପସ୍ଥିତ ଥିଲେ। ସମସ୍ତ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ସହିତ ଖେଳ କୁଦ ପ୍ରତି ଧ୍ୟାନ ଦେଲେ ଶାରୀରିକ ଓ ମାନସିକ ସ୍ତରରେ ଏକାଗ୍ରତା ବିକାଶ ଉପରେ ଆଲୋକପାତ କରି ଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ବକ୍ଷମତା ପ୍ରଦର୍ଶନ କରିଥିଲେ। ଶେଷରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।