ସମ୍ବଲପୁର:ସମ୍ବଲପୁର ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନରେ ଆୟୋଜିତ ଦୁଇଦିନିଆ କୁଲତା ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । କୁଲତା ସମାଜ ର୨୭ ତମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଦୁଇଦିନିଆ କୁଲତା ମହୋତ୍ସବ ର ଦିଆଯାଇ ଅଧିକ ବିସ୍ତ୍ରୁତ କରିବାକୁ ଚେଷ୍ଟା କରାଯାଇଥିଲା। ପଶ୍ଚିମ ଓଡିଶାରେ ଚାଷ ସହିତ ଜଡିତ ସବୁଠାରୁ ସଂଗଠିତ ସମାଜ ଭାବେ ପରିଚିତ କୁଲତା ସମାଜ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ହାସିଲ କରିପାରିଛି। ସମାଜ କୁ ସୁଦୃଢ କରିବା ପାଇଁ କୁଲତା ମହୋତ୍ସବ ରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଏହି ଅବସରରେ କୁଲତା ସମାଜ
କୁ ସଂଗଠିତ କରିବା ଦିଗରେ ବିଶେଷ ଯୋଗଦାନ ପାଇଁ ହାରାଧନ ପ୍ରଧାନଙ୍କୁ ୨୦୨୫ ବର୍ଷ ପାଇଁ ମନସ୍ବୀ ସମ୍ମାନ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟକ ସନଥ ଗଡତିଆ ଯୋଗ ଦେଇ ସମ୍ମାନିତ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଜୟନାରାୟଣ ମିଶ୍ର କହିଥିଲେ କୃଷୀ କ୍ଷେତ୍ରରେ କୁଲତା ସମାଜ ର ଅବଦାନ ଅତୁଳନୀୟ। ସେହିପରି ସମ୍ମାନିତ ଅତିଥି ବିଜେପୁର ବିଧାୟକ ସନଥ ଗଡତିଆ କହିଥିଲେ ଯେ ସମାଜର ବିକାଶ ପାଇଁ ଉଭୟ କୃଷୀ ଏବଂ ଶିକ୍ଷାର ଉନ୍ନତି ଜରୁରୀ ଏବଂ ଉଭୟ କ୍ଷେତ୍ରରେ କୁଲତା ସମାଜ ନିଜର ପାରଦର୍ଶିତା ଦେଖାଇ ପାରିଥିବାରୁ ସମାଜ କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା କୁଲତା ସମାଜ ରୁ ରୋଶନୀ ରାନୀ ଖମାରୀ, ଭାନୁ ପ୍ରତାପ ମାଝୀ, ସମୀର ଭୋଇ, ଯୋଗେଶ ପ୍ରୀୟ ବଢାଇ, ପ୍ରୀୟଦର୍ଶୀନୀ ସାହୁଙ୍କୁ କୁଲତା ଗୋୖରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତା ସହ କୃଷି କ୍ଷେତ୍ରର ଅବଦାନ ପାଇଁ କୈଳାସ ପ୍ରଧାନ ଏବଂ ଦୁଷ୍ମନ୍ତ ସାହୁଙ୍କୁ କୃଷକ ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ କୁଲତା ମହୋତ୍ସବ ରେ ମେଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ର ମଲୟକାନ୍ତ ବଢାଇ, ଶିଭମ ସ୍ଵରୁପ, ପ୍ରାଚୀ ପ୍ରଧାନ, ସୋହମ ସ୍ଵରୁପ, ଧୀରଜ କୁମାର ଭୋଇ, ପାୟଲ ପ୍ରଧାନ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ସଭାପତି ଯଶୋବନ୍ତୀ ନାଏକ ସ୍ବାଗତ ଭାଷଣ ଦେଇଥିବା ବେଲେ କୃପାସିନ୍ଧୁ ଖମାରୀ ସଭାପତିତ୍ବ କରିଥିଲେ। ସାଧାରଣତ ସମ୍ପାଦକ ରଂଜନ ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଉପସଭାପତି ଦେବୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୁଲତା ସମାଜ ର ମୁଖପତ୍ର “କୁଳ ପ୍ରତିଭା” ଏବଂ ରଣେଶ୍ୱର ରାମଚଣ୍ଡୀ କେଲେଣ୍ଡର କୁ ଉନ୍ମୋଚନ କରାଯାଇ ଥିଲା କାର୍ଯ୍ୟକ୍ରମକୁ ଭବାନୀଶ ଭୋଇ ଏବଂ ପ୍ରଦୀପ ସାହୁ ପରିଚାଳନା କରିଥିଲେ। ରବିବାର ଦ୍ବିତୀୟ ଅଧିବେଶନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କୁଲତା ସମାଜ ପକ୍ଷରୁ ଗତ ଶନିବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା । ରଙ୍ଗୋଲୀରେ ପୁନମ ପ୍ରଧାନ, ଆକାଂକ୍ଷା ପ୍ରଧାନ ଏବଂ ସୋନିକା ଭୋଇ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଲାଭ କରିଥିଲେ। ସେହିପରି ଚିତ୍ରାଙ୍କନ ର ଜୁନିଅର ପ୍ରତିଯୋଗିତାରେ ସଂଘମିତ୍ରା ପ୍ରଧାନ, ସାଇରା ପ୍ରଧାନ ଏବଂ ଅଦ୍ବିକ ପ୍ରଧାନ ତଥା ସିନିଅର ବିଭାଗରେ ସୋମନାଥ ବଢାଇ,ଓମ୍ ଅଭିନନ୍ଦନ ବେହେରା ଏବଂ ଦିଶାନ୍ତ ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଲାଭ କରିଥିଲେ। ସେହିପରି ଗୀତ ପ୍ରତିଯୋଗିତାରେ ଚିନ୍ମୟୀ ସାହୁ, ଶ୍ରୟାଂଶୀ ସା ଏବଂ ସଂଘଶ୍ରୀତା ବିଶ୍ବାଲ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଲାଭ କରିଥିଲେ। ରଙ୍ଗୋଲି ପ୍ରତିଯୋଗିତା ରେ ପୁନମ ପ୍ରଧାନ ପ୍ରଥମ, ଆକାଂକ୍ଷା ବେହେରା ଦ୍ୱିତୀୟ ଏବଂ ସୋନିକା ଭୋଇ ତୃତୀୟ ହୋଇ ଥିଲେ କାର୍ଯ୍ୟକ୍ରମରେ ଆରମ୍ଭରେ ଦେବୀ ପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀ ଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ବେଲେ ଚିନ୍ମୟୀ ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହାପୂର୍ବରୁ ରବିବାର ଦିନ ଛୋଟ ବଡ଼ ସମସ୍ତ ଙ୍କ ପାଇଁ ଚୌକି ଖେଳ ପିଠା ପ୍ରତିଯୋଗିତା କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିଶୁ ମାନଙ୍କ ଦ୍ୱାରା ଗୀତ ନୃତ୍ୟ ପରିବେଷଣ କରା ଯାଇଥିଲା। କୁଲତା ମହୋତ୍ସବ ଆୟୋଜନରେ ସହ ସମ୍ପାଦକ ଚିନ୍ମୟ ଭୋଇ, ସୁପ୍ରଭା ପ୍ରଧାନ କୋଷାଧ୍ୟକ୍ଷ ସରୋଜ ପ୍ରଧାନ ଏବଂ ଦେବଦତ୍ତ ସାହୁ, ଆଲୋକ ସାହୁ, ଜଟାଭୁଷଣ ସାହୁ,ପ୍ରଦୀପ ସାହୁ,କୃଷ୍ଣ ପ୍ରସାଦ ପ୍ରଧାନ,ସୁକାନ୍ତି ଗଦତିଆ ଦୁର୍ଯ୍ୟୋଧନ ପ୍ରଧାନ,ବିରେନ୍ ସାହୁ, ଦେବବ୍ରତ ବାରିକ, ପ୍ରେମାନନ୍ଦ ସାହୁ, ଅକ୍ଷୟ ପ୍ରଧାନ, କ୍ଷୀରୋଦ ପ୍ରଧାନ, ରବି ନାରାୟଣ ପ୍ରଧାନ,ଉପଦେଷ୍ଟା କୃଷିବେଶ ବଢ଼େଇ,, ଭକ୍ତବନ୍ଧୁ ପ୍ରଧାନ, ବୟାନିସ୍ ବିଶ୍ଵାଳ, ନିର୍ମଳ ଚନ୍ଦ୍ର ପ୍ରଧାନ, ଅଭିରାମ ଖମାରୀ,ମୁରଲୀ ପ୍ରଧାନ, ଆନନ୍ଦ ପ୍ରଧାନ ଦୟମନ୍ତ୍ରୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।