Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୩/୦୧(ସନତ ପ୍ରଧାନୀ)
ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଗତ କିଛିଦିନ ତଳେ ଦଳ ର ନବ କଳେବର ହୋଇଥିବା ବେଳେ ରାଜ୍ୟର ବ୍ଲକ ଅନ୍ତର୍ଗତ ସମସ୍ତ ମଣ୍ଡଳ ରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ କୋକସରା ମଣ୍ଡଳ ପକ୍ଷରୁ ମଙ୍ଗଳବାର ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର ଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନବ ନିର୍ବାଚିତ କୋକସରା ମଣ୍ଡଳ ସଭାପତି ବସନ୍ତ କୁମାର ନାଗ ଓ ଜିଲ୍ଲା ପ୍ରତିନିଧି ଭାବେ ଦୁର୍ଗା ପ୍ରସାଦ ପ୍ରଧାନୀ ଙ୍କୁ ଦଳୀୟ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣେଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ବସନ୍ତ ନାଗ ଓ ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ ସମସ୍ତ ଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ କାର୍ଯ୍ୟକ୍ରମ ରେ ସମସ୍ତ ଙ୍କ ବସହଯୋଗ କାମନା କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ ଗରୁଡ଼ ଧ୍ଵଜ ମାଝୀ, ଗଣେଶ ନନ୍ଦ, ସମ୍ପାଦକ ମନୋଜ ନାଏକ,ସୁଧୀର ପାତ୍ର,ଗୋପାଳ ଅଗ୍ରୱାଲ, ପ୍ରମୋଦ ପ୍ରଧାନୀ,ଧର୍ମାନନ୍ଦ ନେଗି,ଦୈତାରି ବାରିକ,ଭାବଗ୍ରାହୀ ପାଣିଗ୍ରାହୀ,ନବୀନ ପ୍ରଧାନୀ, ମୁକୁନ୍ଦ ପଟ୍ଟନାୟକ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ,ଶାରଳା ପ୍ରଧାନୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।