ସମ୍ବଲପୁର ବେତ୍ରାପଡ଼ାରେ ଲୋକ ସେବକ ମଣ୍ଡଳ ଓ ସମାଜ ରଲିଫ କମିଟି ପକ୍ଷରୁ ୧୦୦ଟି ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ


ସମ୍ବଲପୁର: ଆଜି ଅପରାହ୍ନରେ ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ସ୍ଥାନୀୟ ଭତ୍ରା ଗ୍ରାମ ସ୍ଥିତ ବେତ୍ରା ପଡ଼ାର ୧୦୦ଟି ଗରିବ ଅସହାୟ ବୃଦ୍ଧବୃଦ୍ଧା ଭିନ୍ନକ୍ଷମ ଦିବ୍ୟାଙ୍ଗ ପରିବାରକୁ କମ୍ବଳ ବଣ୍ଟନ କରା ଯାଇଅଛି | ଲୋକ ସେବକ ମଣ୍ଡଳ ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ଙ୍କ ତତ୍ତ୍ୱାବଧାନରେ ସମାଜସେବୀ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା ପ୍ରମୁଖ ବେତ୍ରାପଡ଼ାକୁ ଯାଇ କମ୍ବଳ ବିତରଣ କରିଥିଲେ | ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛ|ସେବୀ ପ୍ରଭାକର ନାୟକ, ସୌଦାଗର ଘଡ଼େଇ, ପ୍ରଦୀପ୍ତ କୁମାର ମହାରଣା, ମଧୂ ଗଡ଼, ମାନସ ଚଇନୀ ସହଯୋଗ କରିଥିଲେ।