ସମ୍ବଲପୁର:ସମ୍ବଲପୁର ବିଶ୍ବ ବିଦ୍ୟାଳୟ,ବୁର୍ଲା,ଜ୍ୟୋତି ବିହାରର ୧୯୮୭-୮୯ ବେଚ୍ ରାଜନୀତି ବିଜ୍ଞାନର ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନରେ ଏକାଠୀ ହୋଇ ସମସ୍ତେ ଅତୀତର ସ୍ମୁତି ଚାରଣ ସହ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଉତ୍ତରୋତ୍ତର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଛନ୍ତି।
ବିଶ୍ବ ବିଦ୍ୟାଳୟସ୍ଥିତ ଅତିଥି ଭବନରେ ଆୟୋଜିତ ଏହି ବନ୍ଧୁମିଳନରେ କଳାହାଣ୍ଡି,ନୁଆଁପଡ଼ା,ବଲାଙ୍ଗିର,ବୌଦ,ସୋନ୍ପୁର୍,ବରଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,ଦେବଗଡ଼,ଭୂବନେଶ୍ବର ଓ ରାୟପୁରରେ ଅବସ୍ଥାନ କରୁଥିବା ବହୁ ପୂର୍ବତନ ବନ୍ଧୁ ଯୋଗଦେଇଥିଲେ।
ରାଜନୀତି ବିଜ୍ଞାନର ଏହି ‘ଆଲୁମନି ମିଟ୍’ରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗଦେଇ ସାଂପ୍ରତିକ ସମୟରେ ନିଜ ସମାଜ ସହ ଯୋଡ଼ି ହେବା,ନିଜ ଗାଁ ସହିତ ଯୋଡ଼ି ହେବା ତଥା ନିଜ ସଂସ୍କୃତି ସହ ଯୋଡ଼ି ହେବା କେତେଯେ ଗୁରୁତ୍ବପୂର୍ଣ ତାହା ଦୃଷ୍ଟାନ୍ତ ସହ ବର୍ଣନା କରିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ହୃତ ଗୌରବକୁ ଫେରେଇ ଆଣିବାକୁ ସେ ଆହ୍ବାନ ଦେଇଥିଲେ। ବିଶ୍ବବିଦ୍ୟାଳୟର କୂଳ ସଚିବ ଡ଼. ନୃପରାଜ ସାହୁ ନିଜ ଅଭିଭାଷଣରେ ଜୀବନର ଆକସ୍ମିକତା ବାବଦରେ ଦିଚିତ୍ରପୂର୍ଣ ଜୀବନରେ ଅଲୌକିକତାରେ ବିଶ୍ବାସ ହିଁ ସଫଳ ଜୀବନ ବୋଲି ଅଭିହିତ କରିଥିଲେ। ‘ଜୀବନର ପାଂଚଟି ଅନୁଶୋଚନା’ ବିଷୟର ଅବତାରଣା କରି ବନ୍ଧୁଙ୍କ ସହ,ସହପାଠୀଙ୍କ ସମାଜ ସହ ଏବଂ ସର୍ବୋପରି ଅନ୍ୟ ଅଭିଭାବକଙ୍କ ନିର୍ଦ୍ଦେଶିତ ଜୀବନ ନୁହଁ,ନିଜେ ଚାହୁଁ ଥିବା ଜୀବନ ଜିଇଁବା ସର୍ବୋତ୍କୃଷ୍ଟ ବୋଲି ଦର୍ଶାଇ ଥିଲେ। ସେ ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅତୀତରେ ଅନେକ କୂଳପତି,ପ୍ରଶାସନିକ ଅଧିକାରୀ,ବିଶିଷ୍ଟ ବ୍ୟବସାୟୀ,ଶିଳ୍ପପତି,ଉଦୌଗପତି,ଶିକ୍ଷାଜୀବି ତିଆରି କରିଥିବା ବେଳେ ଏବେ ଅନ୍ୟ ବିଭାଗ ତୁଳନାରେ ପଛେଇବ କାହିଁକି ବୋଲି ପ୍ରଶ୍ନ କରିଥିଲେ।
ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅନେକ ଗଠନ ମୂଳକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ରାଜନୀତି ବିଜ୍ଞାନର ‘ଆଲୁମନି’ କୁ ପୁନର୍ଗଠନ କରିବା,ଛାତ୍ରଛାତ୍ରୀଙ୍କ ପାଇଁ ସେମିନାର ଓ ସିମ୍ପୋସିୟମ୍ର ଆୟୋଜନ କରିବା,ବିଭାଗର ଅନ୍ୟାନ୍ୟ ଶୈକ୍ଷିକ ସୁବିଧା ପାଇଁ ବ୍ୟବସ୍ଥା କରିବା,ଆଦି ଅନେକ ଗଠନମୂଳକ ପ୍ରସ୍ତାବ ପାରିତ ହୋଇଥିଲା।ଏହି ‘ଆଲୁମନି ମିଟ’ର ଆୟୋଜନରେ ସପନ ମିଶ୍ର,ଶ୍ରୀନିବାସ ରାଓ,ତାରାବତୀ ବେହେରା,ପ୍ରମୂଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।