Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେବୃଆରୀ ୨ ଓ ୩ ତାରିଖ ବୀର ସୁରେନ୍ଦ୍ର ସାଏ ବ୍ୟାଡମିଣ୍ଟନ୍ ପ୍ରିମିୟର୍ ଲିଗ୍

ସମ୍ବଲପୁର:ସୌରଭ ରଞ୍ଜନ ମହାପାତ୍ର ଙ୍କ ଆବାହକତ୍ୱରେ ଧନୁପାଲି ସ୍ଥିତ ଗୋପାଲ ଜି ମନ୍ଦିର ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଆବାହକ ସୌରଭ ରଞ୍ଜନ ମହାପାତ୍ର ସମ୍ବଲପୁରରେ ଏକ ପଶ୍ଚିମ ଓଡ଼ିଶା ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ର ପ୍ରସ୍ତାବ ରଖି ଥିଲେ।ବୈଠକରେ ପ୍ରସ୍ତାବକୁ ସୁରଜ୍ କୁମାର ଗୁରୁ ସମର୍ଥନ କରିଥିଲେ। ଏହି କ୍ରମରେ ଆଗାମୀ ଫେବୃଆରୀ ତା:୨ ଏବଂ ୩ ତାରିଖ ଦୁଇ ଦିନ ଧରି “ଗିରିଜା ନାଗର” ସ୍ଥିତ ବ୍ୟାଡମିଣ୍ଟନ୍ ଖେଳ ପଡିଆ ରେ ଶ୍ରୀ ବ୍ରଜ ଗିରୀରାଜ୍ ସେବା ସଂସ୍ଥାନ ଟ୍ରଷ୍ଟ ଓ ୱେଷ୍ଟେର୍ଣ୍ଣ ଓଡିଶା ସ୍ପୋର୍ଟ୍ସ ଏକାଡେମୀ ତରଫ ରୁ ବୀର ସୁରେନ୍ଦ୍ର ସାଏ ବ୍ୟାଡମିଣ୍ଟନ୍ ପ୍ରିମିୟର୍ ଲିଗ୍ ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି। ଏହି ବୈଠକରେ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ରେ ଅଧ୍ୟକ୍ଷ ଭାବେ ଦେବଶିଷ ପୁରୋହିତ, ସଂଯୋଜକ ଭାବେ ସୌରଭ ରଂଜନ ମହାପାତ୍ର, ସଭାପତି ଉତପଲ୍ ଦାସ, ଉପସଭାପତି ଦୀପକ କୁମାର ମଲ୍ଲିକ, ସଚିବ କୃତିବାସ୍ ଦ୍ୱିବେଦୀ, ସହକାରୀ ସଚିବ ଅବିନାଶ ପୁରୋହିତ, କୋଷାଧ୍ୟକ୍ଷ ଭାବେ ସୁରଜ କୁମାର ଗୁରୁ ଙ୍କୁ ସର୍ବସମ୍ମତି ରେ ଚୟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ସମୟରେ ଖେଳ ପଡିଆ ର ପ୍ରସ୍ତୁତି, ରକ୍ଷଣ ବେକ୍ଷଣ ତଥା ଦଳ ସଂଯୋଜନା ପାଇଁ ଫିଲଡ଼ ଏଣ୍ଡ ଟିମ କୋଅର୍ଡିନେଟର ଭାବେ ଦୀନେଶ କୁମାର ମଲ୍ଲିକ, ସୁବ୍ରତ କୁମାର ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସିଶିର କୁମାର ବେହେରା, ଶିବାଶିଷ ମାଲୁଆ ଓ ଖେଳାଳୀ ଙ୍କ ସ୍ବାଗତ, ରହଣି ସହ ଅନ୍ୟାନ୍ୟ ଆନଷଙ୍ଗିକ ବ୍ୟବସ୍ଥା ଓ ଖାଦ୍ୟ ବ୍ୟବସ୍ଥା ପାଇଁ ଏକ ରିସେପସନ ଓ ଫୂଡ଼ କମିଟିର ଗଠନ କରାଯାଇଥିଲା ଯେଉଁଥିରେ ସୁମନ୍ତ ବେହେରା ଓ ସତୀଶ ପାନିଗ୍ରାହି ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ଡ଼ା. ବିଜୟ କୁମାର ଦାସ, ଶ୍ରୀ ଅରବିନ୍ଦ ନାୟକ, ଶ୍ରୀ ରାଜେନ୍ଦ୍ର ନାରାୟଣ ମହାପାତ୍ର, ଶ୍ରୀ ରଘୁମଣି ନାୟକ, ଶ୍ରୀ ମୃତ୍ୟୁଞ୍ଜୟ ମଲ୍ଲିକ, ଶ୍ରୀ ଆଦିତ୍ୟ କୁମାର ମଲ୍ଲିକଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ଗଠିତ ହୋଇଥିଲା।
କମିଟି ଗଠନ କରାଯିବା ପରେ ଏହି ପ୍ରତିଯୋଗିତା ର ସୁପରିଚାଳନା ପାଇଁ କାର୍ଯକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରା ଯାଇ ଥିଲା। ଏହା ସଙ୍ଗେ ସଙ୍ଗେ ସମ୍ବଲପୁର ସହର ରେ କେମିତି ଏକ ଇଣ୍ଡୋର ଷ୍ଟାଡ଼ିୟମ (ଯଦିଓ ବା ବହୁ ପୂର୍ବରୁ ଏହାର ପ୍ରସ୍ତାବ ରହିଛି ଓ ଏହା ସମ୍ବଲପୁର ପାଇଁ ବହୁ ପ୍ରତିକ୍ଷୀତ) ନିର୍ମାଣ ହୋଇ ପାରିବ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିରିକୃତ ହୋଇଥିଲା।ଶେଷରେ କୃତିବାସ ଦ୍ବିବେଦୀ ଧନ୍ୟବାଦ୍ ଅର୍ପଣ କରିଥିଲେ।