Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

ସମ୍ବଲପୁର: ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଯୋଗଦାନ କରି ଏହି ସେବାକୁ ଓଡ଼ିଶାବାସୀଙ୍କ ନିମନ୍ତେ ଉତ୍ସାର୍ଗୀକୃତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ର ତପସ୍ଵିନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବିନରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମ୍ବଲପୁର ର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ରେଙ୍ଗାଲି ପୂର୍ବତନ ବିଧାୟକ ଶ୍ରୀ ନାଉରି ନାୟକ, ଜିଲ୍ଲାପାଳ, ସମ୍ବଲପୁର ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଆଇ.ଏ.ଏସ), ସମ୍ବଲପୁର ମହାନଗର ନିଗମ ର କମିଶନର ଶ୍ରୀ ବେଦ ଭୂଷଣ(ଆଇ.ଏ.ଏସ.), ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଥବିର କୁମାର ମହାନନ୍ଦ ପ୍ରମୁଖ ମଂଚାସୀନ ଥିଲେ।
ଏହି ଅବସରରେ, ଜିଲ୍ଲାରେ ଥିବା ବିଭିନ୍ନ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଥିଲା ଓ ଅନ୍ୟ କିଛି ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ସହାୟତା ରାଶି ମଧ୍ୟ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାଇ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୮୬୬୨ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ଏହି ଯୋଜନା ରେ ଲାଭାନିତ୍ତ୍ଵ ହେଉଛନ୍ତି।
ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ଯୋଗ ଦେଇ ନିଜ ଅବିଭାଷଣରେ କହିଥିଲେଯେ ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି କାରଣ ଓଡିଶାର ଜନସାଧାରଣଙ୍କ ସେବା ରେ ରାଜ୍ୟସରକାର ଦୃଢ଼ ପ୍ରତିଶୃତିବଦ୍ଧ। ୮୦ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ର ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ବ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କ ର ସମାଜ ରେ ଅନେକ ଅବଦାନ ରହିଛି ସେଥିପାଇଁ ସେମାନଙ୍କର ଜୀବନଶୈଳୀକୁ ଏକ ନୂତନ ଦିଗ ଦେବା ପାଇଁ ରାଜ୍ୟସରକାର ଙ୍କ ର ଏହି ବର୍ଦ୍ଧିତ ଭତ୍ତା, ଏକ ପ୍ରମୁଖ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ନାଏକ କହିଥିଲେ। ଏହି ବର୍ଦ୍ଧିତ ଭତ୍ତା ଅନର୍ଗତ ଆଗାମୀ ଦିନରେ ୩୫୦୦ ଟଙ୍କା ସହାୟତା ରାଶି ଭାବେ ରାଜ୍ୟସରକାର ପ୍ରଦାନ କରିବେ।