Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଶିକ୍ଷାନୁଷ୍ଠାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)
ଚଳିତ ମାସ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହି ଅବସରରେ ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ଅଡିଟୋରୀୟମ ଠାରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଗତିକୃଷ୍ଣ ସାମନ୍ତରାୟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ,ଶ୍ରୀଯୁକ୍ତ ରୁପସିଂ ରାଉତ , ଟ୍ରାଫିକ ଇନ୍ସପେକ୍ଟର ଶ୍ରୀଯୁକ୍ତ ମିଥୁନ ପ୍ରଧାନ, ଶ୍ରୀଯୁକ୍ତ ଯୁବରାଜ ନାୟକ ଅଧ୍ୟକ୍ଷ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସୁଶ୍ରୀ ଆରତି ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ, ଉପାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଛାତ୍ର ଛାତ୍ରୀଙ୍କୁ ଚଳିତ ବର୍ଷର ଥିମ୍ “ସଡ଼କ ସୁରକ୍ଷା , ପରିବାର ରକ୍ଷା ” ଉପରେ ପର୍ଯ୍ୟବେସିତ ବିଭିନ୍ନ ଦିଗ ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିବା ବେଳେ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ଧନ୍ୟବାଦ୍ ଅର୍ପଣ କ