ଭୁବନେଶ୍ୱର: ରାଜଧାନୀର ଠକ ବଣ୍ଟି ଔର ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାର ଆଜି ଜାମିନ ଶୁଣାଣି । ଗତ ୧୩ ତାରିଖରେ ଜାମିନ ଶୁଣାଣି ଥିବାବେଳେ ପୋଲିସ କୋର୍ଟରେ କେସ ଡାଏରି ଦାଖଲ କରି ନଥିଲା । ଯେଉଁଥି ପାଇଁ ଜାମିନ ଶୁଣାଣି ଘୁଞ୍ଚିଥିଲା । ସେପଟେ ଶୀଘ୍ର ଏହି 420 ବଣ୍ଟି ଔର ବବଲିଙ୍କର ବୟାନ ରେକର୍ଡ କରିବ ଆୟକର ବିଭାଗ । ଜାମିନ ନାମଞ୍ଜୁର ହେଲେ ଝାରପଡା ଜେଲରେ ହେବ ବୟାନ ରେକର୍ଡ । ଏ ନେଇ କୋର୍ଟ ନିକଟରେ ଆବେଦନ କରାଯାଇଛି ।
କୋର୍ଟ ଅନୁମତି ଦେବା ପରେ ବିଭିନ୍ନ ପ୍ରସଙ୍ଗରେ ହେବ ବୟାନ ରେକର୍ଡ । ନିଜ ନିଜର ପକ୍ଷ ରଖିବାକୁ ସେମାନଙ୍କୁ ସୁଯୋଗ ଦେବ ଆୟକର ବିଭାଗ । ଏଥିପାଇଁ ଏକ ସ୍ପେଶାଲ ଟିମ ଗଠନ କରିଛି ଆୟକର ବିଭାଗ । କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ ଟିମ ଏହାର ତଦନ୍ତ ଭାର ନେବ । କାରଣ ଝାଡ଼ଖଣ୍ଡ ବୋକାରୋରେ ଠକେଇ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଆଇଟି । ସେପଟେ ବ୍ରହ୍ମେଶ୍ୱର ପାଟଣାରେ ଏକ ଜମି ପୋଜେସନ କେସରେ ମଧ୍ୟ ହଂସିତା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ତଦନ୍ତକୁ ବ୍ୟାପକ କରିବା ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି ।