ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ସରକାର


ଭୁବନେଶ୍ବର: ମନୁଷ୍ୟ ଓ ବନ୍ୟଜନ୍ତୁଙ୍କ ସଂଘର୍ଷରେ ପ୍ରତିବର୍ଷ ବଳି ପଡୁଛନ୍ତି ଲୋକ। ଏହା ସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ମଧ୍ୟ ନଷ୍ଟ ହେଉଛି। ଏହାଯୋଗୁ ଗୃହପାଳିତ ପଶୁମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ସଂଘର୍ଷ ମଧ୍ୟରେ ପ୍ରାଣ ହରାଉଥିବା ଲୋକ ଅନେକ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେଣୁ ବନ୍ୟପ୍ରାଣୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଅନୁକମ୍ପା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅନୁକମ୍ପା ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଗୁରୁତର ଆହତ ଅର୍ଥାତ ସ୍ଥାୟୀ ଆହତଙ୍କ କ୍ଷେତ୍ରରେ ମଧ୍ୟ ସହାୟତା ପରିମାଣ ବୃଦ୍ଧି କରାଯାଇଛି । ୬୦ ପ୍ରତିଶତରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୧ ଲକ୍ଷ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା କ୍ଷେତ୍ରରେ ସହାୟତା ପରିମାଣ ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସାମାନ୍ୟ ଆହତଙ୍କ କ୍ଷେତ୍ରରେ ପୂର୍ବରୁ ସହାୟତା ପରିମାଣ ୫ ହଜାର ଟଙ୍କା ଥିଲା।

ସେହିପରି ଗାଈ ବା ମଇଁଷିଙ୍କ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶି ପରିମାଣ ୩୭,୫୦୦ ଟଙ୍କା ଏବଂ ବଳଦର ମୃତ୍ୟୁ କ୍ଷେତ୍ରରେ ସହାୟତା ୩୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା ।