ହୀରକ ଜୟନ୍ତି କମିଟି ପକ୍ଷରୁ ଫକିର ମୋହନ ଜୟନ୍ତୀ ପାଳିତ

ସମ୍ବଲପୁର:କୁଚିଣ୍ଡା ସହର ତଳି ସାତକମା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ କମିଟି ପକ୍ଷରୁ ଏକ ବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ଆରମ୍ଭ ହୋଇ ଯାଇଛି ।ଏହି କ୍ରମରେ ମକର ସଂକ୍ରାନ୍ତି ଅବସରରେ ସ୍କୁଲ ପରିସରରେ କମିଟିର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ଵରେ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସମାରୋହରେ ସହ ପାଳିତ ହୋଇ ଯାଇଛି ।ଏଥିରେ ସ୍କୁଲର ପୂର୍ବତନ ସଭାପତି ଗଜେନ୍ଦ୍ର ସାଥୁଆ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଜୟପୁରିଆ, ଅଭୟ ପଟେଲ,ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ, ପ୍ରଧାନ ଶିକ୍ଷକ ସୁରଭି ନାଏକ, ସାମାଜିକ କର୍ମୀ ସୁଶ୍ରୀ ଲଲା ଟେନ୍ଦୁ ପଟେଲ ପ୍ରମୁଖ କବିଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସମ୍ପାଦକ କୋଶଳେଶ୍ୱର ଖର୍ସେଲ, ସହ ସମ୍ପାଦକ ବିପିନ ବିହାରୀ ନାୟକ,କୋଷାଧ୍ୟକ୍ଷ ଅନନ୍ତ ଚରଣ ସାହୁ , ସଭ୍ୟ ରାମ କୃଷ୍ଣ ପଟେଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ପୁରାତନ ଛାତ୍ରୀ ସୁଶ୍ରୀ ମମିତା ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ପୂର୍ବତନ ବିଦ୍ୟାର୍ଥୀ ଓ ଗ୍ରାମବାସୀ ଯୋଗ ଦେଇଥିଲେ ।