Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସ ମହାରାଜଙ୍କ ମଥୁରା ଭ୍ରମଣ ଛକ ଛକରେ ସମ୍ବର୍ଦ୍ଧନା

ସମ୍ବଲପୁର:ଧନୁ ଯାତରାର ତୃତୀୟ ଦିବସରେ ମହାରାଜ କଂସ ମଥୁରା ନଗର ଭ୍ରମଣ କରିବା ସମୟରେ ପ୍ରଜାବାସୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇ ଛକ ଛକରେ ମହାରାଜା କଂସ ଓ ମନ୍ତ୍ରୀ ପାରିଷଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଦିନ ୧୦ ଟାରୁ ନିଜ ଦରବାରରୁ ମହାରାଜା କଂସ ନିଜର ମନ୍ତ୍ରୀ ପାରିଷଦ ଓ ଗୁପ୍ତଚର ସହ ବାହାରି ନେଲସନ ମଣ୍ଡେଲା, ଜେଲଖାନା ଛକ ଦେଇ ଧନୁପାଲି, ମହାବୀରପଡା, ଗୋବିନ୍ଦତୋଳା ପ୍ରଭୁତି ଅଞ୍ଚଳ ବୁଲି ରାଜ ଉଆସକୁ ଫେରିଥିଲେ।
ଏହି ସମୟରେ ମହାରାଜ କଂସ ଲୋକଙ୍କ ଦୁଃଖ ସୁଖ ପଚାରି ବୁଝି ଏକ ସାଂସ୍କୃତିକ ଓ ସଂହତି ପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।
ମହାରାଜ କଂସଙ୍କ ମଥୁରା ରାଜ୍ୟ ଭ୍ରମଣ ସମୟରେ ଏଭଳି ଜନ କଲ୍ୟାଣ ମୂଳକ ସଚେତନତା ନେଇ ମଥୁରା ନାଗରୀରେ ଉଲ୍ଲାସ ଖେଳି ଯାଇନି ବରଂ ଗୋବିନ୍ଦତୋଳା ଦୀର୍ଗାପୂଜା କମିଟି ସହିତ ବିଭିନ୍ନ ଅଞ୍ଚଳରେ ମହାରାଜା କଂସଙ୍କ ସହିତ ସମସ୍ତ ମନ୍ତ୍ରୀ ପାରିଷଦଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଏହାର ଉତ୍ତରରେ ମହାରାଜା କଂସ ଗୋବିନ୍ଦତୋଳାରେ ସ୍ଥାୟୀ ଦୁର୍ଗାମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ