Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତ୍ମବିଶ୍ୱାସ ହିଁ ଆତ୍ମରକ୍ଷାର ଚାବିକାଠି

ସମ୍ବଲପୁର:ଆଜି ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୦୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧମା ଥାନା ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ ଯୋଗଦେଇ କହିଥିଲେ ଯେ,ଆମେ ଯେଉଁ ତାଲିମ ନେଉଛେ ତାକୁ ଆନ୍ତରିକତାର ସହ ଗ୍ରହଣକରି ଜୀବନରେ ଆବଶ୍ଯକ ସମୟରେ କାର୍ଯ୍ୟରେ ଲଗାଇବା ଉଚିତ। ସଂପ୍ରତି ଅନେକ କ୍ଷେତ୍ରରେ ଛାତ୍ରୀମାନେ ସାଇବର ଅପରାଧର ଶିକାର ହେବା ଦେଖାଯାଉଛି ତେଣୁ ସେଥିପ୍ରତି କିପରି ସେମାନେ ସତର୍କ ରହିବେ ଓ କୌଣସି ଅପରାଧିକ ପରିସ୍ଥିତିରେ ପୋଲିସର ସହାୟତା ନେବାକୁ ଲାଜ ବା କୁଣ୍ଠାବୋଧ କରିବେ ନାହିଁ ସେଥିସକାଶେ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଅଧ୍ୟାପିକା ମିନତି ଦାଶ କହିଥିଲେ ଯେ ଆତ୍ମବିଶ୍ୱାସ ହିଁ ଆତ୍ମରକ୍ଷାର ଚାବିକାଠି।ଛାତ୍ରୀମାନେ ନିଜକୁ ସୁରକ୍ଷିତ କରିବା ନିମନ୍ତେ କେବଳ ମାର୍ସାଲ ଆର୍ଟ ତାଲିମନେବା ଯଥେଷ୍ଟ ନୁହେଁ। ତା’ ସହ ସେମାନଙ୍କୁ ନିଜ ଭିତରେ ଆତ୍ମବିଶ୍ୱାସର ଭାବନାକୁ ଦୃଢିଭୂତ କରିବାକୁ ପଡିବ। ଅନେକ ସାମାଜିକ ଅତ୍ୟାଚାରକୁ ମୁକାବିଲା କରିବା ନିମନ୍ତେ ଏହି ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଛାତ୍ରୀ ଆତ୍ମରକ୍ଷା ତାଲିମର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସ୍ୱାତୀ ପତି ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବରେ ଧମାର ଥାନାର ବରିଷ୍ଠ କର୍ମଚାରୀ ଉଦୟନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ସଭାରେ ତାଲିମ କାର୍ଯ୍ୟକ୍ରମରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ସେଲିନା ମହାପାତ୍ର,ଅଙ୍କିତା ସାହୁ,ଋଚିସ୍ମିତା ତରିଆ,ଗାୟତ୍ରୀ ଭୋଇ,ସନ୍ଧ୍ୟାରାଣୀ ମହାକୁଡ ଓ ଖୁସବୁ ବିଶିଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ତାଲିମ ଗ୍ରହଣ କରିଥିବା ସମୁଦାୟ ୧୪୧ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସଭରେ କେତେକ ଛାତ୍ରୀ ମାର୍ସାଲ ଆର୍ଟର କେତେକ କୌଶଳ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଡ. ସିଦ୍ଧାର୍ଥ ପଣ୍ଡା,ପଣ୍ତିତ ବ୍ୟାସଦେବ ପଣ୍ଡା,ଆନନ୍ଦିନୀ ପଣ୍ଡା,ମଳୟ କୁମାର ନାଏକ,ଚୈତନ୍ୟ ସେନାପତି, ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।