ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ରେ ତ୍ରୟୋଦଶ ବ୍ଲକ ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ବୈଠକରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଇନ୍ଦିରାଗାନ୍ଧୀ ଉଚ୍ଚ ବିଦ୍ୟାଳୟ , ଖଣ୍ଡହତା ପ୍ରଧାନ ଶିକ୍ଷକ ସନ୍ତୋଷ ରଥ , ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କାଳିଆ କର୍ମୀ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅତିଥି ଙ୍କ ସମେତ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ଵାଗତ କରାଯାଇଥିଲା। ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାଗଜୁରୀ ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ ଗତ ମାସିକ ବୈଠକ ର ବିବରଣୀ ପ୍ରଦାନ କରିଥିଲେ । ବୈଠକ ରେ ପର୍ଯ୍ୟାୟକ୍ରମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଉତ୍କର୍ଷ , ଆକାଂକ୍ଷା କାର୍ଯ୍ୟକ୍ରମ , ଖାନ ଏକାଡେମୀ ର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୪ , ଅପାର ଆଇଡି କାର୍ଯ୍ୟକ୍ରମ , ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଙ୍କ ପ୍ରଦର୍ଶନୀରେ ଉନ୍ନତି ପାଇଁ ପ୍ରସ୍ତୁତି , ମାଧ୍ୟମିକ ବିଦ୍ୟାଳୟ ରେ ଡିଜିଟାଲ ମୂଲ୍ୟବୋଧ , ଆୟୋଜକ ବିଦ୍ୟାଳୟ ପରିଦର୍ଶନ , ବିଦ୍ୟାଳୟ ମାନଙ୍କର ଡିଜିଟାଲ ମୂଲ୍ୟାଙ୍କନ ସମେତ ଅନ୍ୟାନ୍ୟ ବିଷୟ ରେ ଆଲୋଚନା ହୋଇଥିଲା । ବିଇଓ ଶ୍ରୀଯୁକ୍ତ କୁମ୍ଭକାର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ର ସମିକ୍ଷା କରିବା ସହିତ ସମସ୍ତ ଶିକ୍ଷଣ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକରେ ଥିବା ୧୯ଗୋଟି ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଯୋଗଦେଇଥିଲେ । ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେନଝିରିଆପାଲି ର ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ, ମୀନକେତନ ରଣା , ଜୀବର୍ଦ୍ଧନ ରଣା , ଜଗଦିଶ ପଧାନ ଖେଳ ଶିକ୍ଷକ ସୁରେନ୍ଦ୍ର ପଧାନ ଓ କର୍ମଚାରୀ ସତ୍ୟନାରାୟଣ ରାଜହଂସ , ସିଦ୍ଧିଶ୍ୱର ମେଣ୍ଡିଲି , ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।