Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବଭାରତୀୟ ପ୍ରଗତିଶୀଳ କୁଲତା ମଞ୍ଚ ପକ୍ଷରୁ ସାମାଜିକ ତଥା ଅର୍ଥନୈତିକ ବିକାଶ ଶୀର୍ଷକ କର୍ମଶାଳା

ସମ୍ବଲପୁର:ସର୍ବଭାରତୀୟ ପ୍ରଗତିଶୀଳ କୁଲତା ମଞ୍ଚ ପକ୍ଷରୁ “ସାମାଜିକ ତଥା ଅର୍ଥନୈତିକ ବିକାଶ” ଶୀର୍ଷକ ଦ୍ୱିତୀୟ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଥିଲା I ମଞ୍ଚ ର ଆବାହକ ମନୋରଞ୍ଜନ ସାହୁ ଙ୍କ ଅଧକ୍ଷତା ରେ ରେଙ୍ଗାଲି ସ୍ଥିତ ହୋଟେଲ ହାଇୱେ ହଲ୍ଟ ଠାରେ ଅନୁଷ୍ଠିତ ଏହି କର୍ମଶାଳା ରେ ସାମାଜିକ ଵିଧି ବ୍ୟବସ୍ଥା ସରଲୀକରଣ, ଗୋ ଶାଳା, କୃଷି, ଶିକ୍ଷା, ଖାଦ୍ୟ ଓ ସ୍ୱାସ୍ଥ୍ୟ ଆଦି ବିଭାଗ ର ଦାୟିତ୍ୱ ବଣ୍ଟନ କରାଯାଇଥିଲା I ଆଗାମୀ ଏପ୍ରିଲ ମାସରେ ରେ ମଞ୍ଚ ସଂମ୍ବିଳନୀ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା I ଏହି କର୍ମଶାଳା ରେ ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଆଦି ଜ଼ିଲ୍ଲା ର ବିଶିଷ୍ଟ ବକ୍ତା ମାନେ ଯୋଗଦାନ କରି ସୁଚିନ୍ତିତ ମତାମତ ଦେଇଥିଲେ I କର୍ମଶାଳା ରେ ମୁକ୍ତକଣ୍ଠ ପ୍ରଧାନ, ଅମିୟ ସାହୁ ଦେବାର୍ଚ୍ଚନ ସାହୁ, ସୋମଦତ୍ତ ଶାସ୍ତ୍ରୀ ଲୋକନାଥ ସାହୁ, ସୁଦାମ ସାହୁ ଲଷ୍ମଣ ପ୍ରଧାନ, ଜଟା ଭୂଷଣ ସାହୁ, ଶଙ୍କର ବେହେରା, ରଂଜନୀ ପ୍ରଧାନ,
ଆନନ୍ଦ ବିଶି, ପ୍ରତାପ ଖମାରୀ,ସ୍ୱରୂପ କୁମାର ଭୋଇ, ସୁନୀଲ ପ୍ରଧାନ, ରମେଶ ପ୍ରଧାନ, ଯେଠୁ ଭୋଇ, ଲୋକନାଥ ଖମାରି, ବିନୋଦ କୁମାର ବିଶ୍ୱାଳ, ସୁରଙ୍ଗ ପ୍ରଧାନ, କୁଳମଣି ନାୟକ, ଉର୍ମିଳା ବାରିକ, ଜ୍ୟୋତିର୍ମୟ ବିଶ୍ୱାଳ, ନୃପରାଜ ପ୍ରଧାନ,ସରୋଜ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories