ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ଠାରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ମକର ମେଲା ମହୋତ୍ସବରେ ବାମରା ବ୍ଲକ ର ବିଭିନ୍ନ ସ୍କୁଲ କଲେଜ ରୁ ଚୟନ ହୋଇ ଥିବା ୭୦ ଜଣ କିଶୋର ଓ କିଶୋରୀ କବି ମାନେ ସାମିଲ ହୋଇ କବିତା ଆବୃତ୍ତି କରିଥିଲେ। ଏହା ଖୁବ ଆକର୍ଷଣୀୟ ହୋଇଥିଲା।
।ଏହି ଉପଲକ୍ଷେ ବାମରା ସାହିତ୍ୟ ଘରର ସଭାପତି ବଡ଼ ଗାଁ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ ଦଶରଥ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ଵତ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ଅର୍ଡ଼ା ବହାଲ କଲେଜ୍ ଅଧ୍ୟକ୍ଷ ରଞ୍ଜନ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ମକର ମହୋତ୍ସବ କମିଟି ର ସଭାପତି ପ୍ରଫୁଲ୍ଲ ନାଏକ ସ୍ଵାଗତ ଭାଷଣ, କ୍ଷିରୋଦ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତି ମୟୀ ରଣୟ ମଞ୍ଚ ପରିଚାଳନା କରିଥିଲେ । କବିଙ୍କୁ ଅତିଥି ଗଣ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଆବାହକ ସତିଶ ମିଶ୍ର,ଶ୍ୟାମ ସୁନ୍ଦର ଦାସ ଓ ସୁଧିର ନାଏକ ପରିଚାଳନା କରିଥିବା ବେଳେ ସନ୍ତୋଷ ଶୁକ୍ଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସୁଶୀଲ ନାଏକ,ତାପସ ନାଏକପ୍ରଦୀପ ବେହେରା, ସଞ୍ଜୟ ରାଏ, ସଞ୍ଜୟ ମେହେର , ବୁଟୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।