Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଳପଦର ଦଧିବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ତେଲିପାଲି କୁ ହରାଇ ଅମରପାଲି ଦଳ ଚାମ୍ପିଅନ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମର ଖେଳ ପଡ଼ିଆରେ ହେଉଥିବା ଦ୍ଵିତୀୟ ଦଧି ବାମନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ତେଲିପାଲି କୁ ହରାଇ ଅମରପାଲି ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଅମରପାଲି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୯ ଓଭର ରେ ସମସ୍ତ ଉଇକେଟ ହରାଇ ୮୪ରନ କରିଥିଲା। ଜବାବରେ ଅମରପାଲି ଦଳ ଆବଶ୍ୟକୀୟ ୮୫ ରନ କୁ ୯.୧ ଓଭର ରେ ସଂଗ୍ରହ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ଦୁଇ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ଅମରପାଲି ଦଳ ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୧୦୦ ରନ କରିଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ତୃତୀୟ ଫର୍ମାଟ ଖେଳା ଯାଇଥିଲା । ଏଥରେ ଅମରପାଲି ଦଳ ୨ ଓଭର ରେ ୩୧ ରନ କରିଥିବା ବେଳେ ତେଲିପାଲି ଦଳ ମାତ୍ର ଦୁଇ ରନ କରି ପରାସ୍ତ ହୋଇଥିଲା। ଫଳରେ ଅମରପାଲି ଦଳ ୨-୧ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେରେ ଯୋଗଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନିରୁପମା ସେଠୀ, ସେମିତିସଭ୍ୟା ସୁଗନ୍ଧା ଘିବିଲା, ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା,ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବାବୁଲାଲ ପ୍ରଧାନ,ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ, ହର ସାହୁ,ପଙ୍କଜ ଧଳ,ସୁରେଶ ମହାକୁର ,ନାରାୟଣ ଦନ୍ତା,ପଙ୍କଜ ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅମରପାଲି ର ସୁମନ ସାହୁ ଙ୍କୁ ଶ୍ରେଷ୍ଠ ବୋଲର, ଡେନି ଗୋପାଳ ମଝି ଙ୍କୁ ଶ୍ରେଷ୍ଠ ସିକ୍ସର,ମ୍ୟାନ ଅଫ ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଅମରପାଲି କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ତେଲିପାଲି ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇ ଥିଲା। ଫାଇନାଲ ମ୍ୟାଚ୍ କୁ ନିରୋଦ ପ୍ରଧାନ ଓ ଦେବାଶିଷ ପ୍ରଧାନ ପରିଚାଳନା କରିଥିବା ବେଳେ ସୁନିଲ ଭୁକ୍ତା ସ୍କୋରିଙ୍ଗ, ଜହ୍ନ ସାହୁ ଅନ ଲାଇନ ସ୍କୋରିଙ୍ଗ ଏବଂ ମାନସ ନନ୍ଦ ଧାରା ବିବରଣ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ