ସମ୍ବଲପୁର : ଦେବଗଡ଼ ଜିଲ୍ଲା ରିଆମାଳ ସ୍ଥିତ ଦୁର୍ଗ କଲ୍ୟାଣ ମଣ୍ଡପ ଠାରେ ନବ ଦିଗନ୍ତ ସାହିତ୍ୟ ସାଂସଦ ପକ୍ଷରୁ ସଭାପତି ଜଳନ୍ଧର ଦାସ ଙ୍କ ସଭାପତିତ୍ବରେ ଏହାର ୧୪ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ନାକଟିଦେଉଳର ବି ଡି ଓ ସାହିତ୍ୟିକ କ୍ଷମାନିଧି ଭୋଇ ମୁଖ୍ୟ ଅତିଥି ,ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି ଓ ତାଳଚେର ର ବର୍ଣାଲି ସାହିତ୍ୟ ସଂସଦ ର ସମ୍ପାଦିକା ରତ୍ନ ପ୍ରଭା ବାଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ କବି ମାନଙ୍କ ଭୂମିକା ଉପରେ କହିଥିଲେ । ଏହି ଅଧିବେଶନ ସମ୍ପାଦକ ଅଧ୍ୟାପକ ଗୋଲ ବାଦନ ବିଶ୍ଵାଳ ଙ୍କ ସଂଯୋଜନାରେ ବିଶିଷ୍ଟ ସାରସ୍ଵତ ସାଧକ ସୁବାସ ନାୟକଙ୍କ ସହ ଛଅ ସାହିତ୍ୟିକ ଓ ଜିଲ୍ଲାର ବାର ଗୋଟିର ସାହିତ୍ୟ ସଂସଦର କର୍ମକର୍ତ୍ତା ଙ୍କୁ ସମ୍ମାନିତ କରାଯାଇଥିଲା ।ଏହା ବ୍ୟତୀତ ଅନୁଷ୍ଠାନ ର ମୁଖପତ୍ର ଆହ୍ବାନ,ଅବନୀ କାନ୍ତ ପାଣି ଙ୍କ ଚକ୍ର ପାଣି,ଅଶୋକ ମିଶ୍ର ଙ୍କ ସାଗର କୂଳେ ଦିନେ ଓ ମୁରଲୀ ନାୟକ ଙ୍କ କବିତା କୁଞ୍ଜ ପୁସ୍ତକ କୁ ଅତିଥି ଗଣ ଉନ୍ମୋଚନ କରିଥିଲେ ।
ଏହା ବ୍ୟତୀତ ପ୍ରଫୁଲ୍ଲ ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କବି ସମ୍ମିଳନୀରେ ଦେବଗଡ଼ ,ସମ୍ବଲପୁର,ଅନୁଗୁଳ ,ଢେଙ୍କାନାଳ ଓ ଝାରସୁଗୁଡ଼ାର ଶତାଧିକ କବି ଅଂଶ ଗ୍ରହଣ କରିଥିଲେ । କବିତା ଆସରକୁ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ସଂଯୋଜନା କରିଥିଲେ ।ଆଗାମୀ ଦିନରେ କୁଚିଣ୍ଡା ଓ ଦେବଗଡ଼ ର କବି ଓ କବିୟିତ୍ରି ଗଣ ଙ୍କୁ ନେଇ ବାମଣ୍ଡା ସାହିତ୍ୟକୁ ନେଇ ଏକ ବନ୍ଧୁ ମିଳନ କରିବାକୁ ବହୁ ମତ ପ୍ରକାଶ ପାଇଥିଲା ।