Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହ:୩ ମହିଳା ବୁଣାକାରଙ୍କ ମଧ୍ୟରେ ସମ୍ବଲପୁରରୁ ଡିଳେଶ୍ଵରୀ ମେହେର ବିଶେଷ ଅତିଥି

ସମ୍ବଲପୁର:ପଲ୍ଲୀର ମହିଳା ଏବେ ଦିଲ୍ଲୀ ପହଞ୍ଚିବେ।ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ-୨୦୨୫ ପରେଡ଼ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଯୋଗଦେବେ ଓଡିଶାରୁ ୩ ମହିଳା ବୁଣାକାର।ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ବଡ଼ତୁରାଙ୍ଗ ଗ୍ରାମର ଡିଳେଶ୍ଵରୀ ମେହେର। ଶ୍ରୀମତୀ ମେହେର ହେଉଛନ୍ତି ବୟନ ବ୍ୟବସାୟୀ ପୁଟୁ୍ରୁ ମେହେରଙ୍କ ଧର୍ମ ପତ୍ନୀ।ଜଣେ ବୁଣାକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସ୍ବାବଲମ୍ବୀ ହୋଇଥିବା ଡିଳେଶ୍ଵରୀ ବିଶେଷ ଅତିଥି ଭାବେ ଏଥର ଯୋଗଦେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରେଡ଼ ଅଭିବାଦନ ସହ ତାଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ପାଉଛନ୍ତି।ଏହାକୁ ସେ ଖୁବ ଗର୍ବିତ ଓ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି।
ଚଳିତ ବର୍ଷ ରାଜ୍ୟ ବୟନ ଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର ମୋଟ ୩ ଜଣ ମହିଳାଙ୍କୁ ଚୟନ କରି ନୂଆଦିଲ୍ଲୀର କର୍ତବ୍ୟ ପଥରେ ଆୟୋଜିତ ହେବାକୁ ସାଧାରଣତନ୍ତ୍ର ଦିବସ ସମାରୋହରେ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ଥିବା ଡିଳେଶ୍ଵରୀ ମେହେର ଅନ୍ୟତମ। ହସ୍ତତନ୍ତରେ ପ୍ରଶିକ୍ଷଣ ନେଇ ପଡିଆବାହାଲ ଅଞ୍ଚଳରେ ବୁଣାକାର ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି। ତାଙ୍କର ଏହି ସୁଯୋଗ ପାଇଁ ଅଞ୍ଚଳର ବହୁ ଅନୁଷ୍ଠାନ, ବିଶେଷ ବ୍ୟକ୍ତି, ଗ୍ରାମବାସୀ ବିକାଶ ଫାଉଣ୍ଡେସନର ମୁଖ୍ୟ ମୃଦୁଲା ଠାକୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଶ୍ରୀମତୀ ମେହେରଙ୍କ ସହିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅଞ୍ଚଳ ବିଂଝୁଆ ଗାଁର ମହିଳା ହସ୍ତତନ୍ତ ବୟନଶିଳ୍ପୀ ସୀମା ରାଉତ ଓ ବାଲେଶ୍ୱର ଜିଲ୍ଲାର ସୀତା ମୁର୍ମୁ ସ୍ଥାନ ପାଇ ଓଡିଶାର ଟେକ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ