Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ବିଶ୍ବବିଦ୍ୟାଳୟ: ସ୍ନାତକୋତ୍ତର ସମାଜ କାର୍ଯ୍ୟ ବିଭାଗରେ କର୍ମଶାଳା

ସମ୍ବଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସମାଜ କାର୍ଯ୍ୟ ବିଭାଗରେ ‘ସ୍ଵାସ୍ଥ୍ୟ ଓ ଜୀବନର ଉନ୍ନତି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଛି।
ବିଭାଗୀୟ ମୁଖ୍ୟ ଡ.ସୁମନ୍ତ କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଉଦଘାଟନ କରିଥିଲେ | ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତି ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମାଜ ସେବାର ଗୁରୁତ୍ଵ ବିଷୟରେ ଆଲୋକପାତ କରିଥିଲେ | ପ୍ରଥମ ସୋପାନରେ ସମ୍ବଲପୁର ‘ଆଇଆରସିଏସ’ର ସମ୍ପାଦକ ରୋଜାଲିନ ତିର୍କି ଓ ଡା.ରାଜାରାମ ଷଡ଼ଙ୍ଗୀ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ଉପରେ ଆଲୋଚନା କରି ତାଲିମ ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଭିମସାର ରକ୍ତ କେନ୍ଦ୍ରର ଡ.ଅନୁପା ଟପୋ
ଓ ଡ.କୁଳବନ୍ତ ଲାକ୍ରା କମ୍ୟୁନିଟି ମେଡିସିନ ଉପରେ ଆଲୋଚନା କରିଥିଲେ |
ସହକାରୀ ପ୍ରଫେସର ବନ୍ଦନା ମେହେର ସଭା ପରିଚାଳନା କରିଥିବା ବେଳେ ଡ.ମଦନ ବିଶ୍ଵାଳ, ଡ.ସୁଦାମ ତାଣ୍ଡି ଓ ଡ. ରଶ୍ମି ପରମାଣିକ ବକ୍ତବ୍ୟ ପ୍ରଦାନ କରିଥିଲେ |
ସେହିପରି ଦ୍ଵିତୀୟ ଦିବସରେ ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସାର୍କର ସମ୍ପାଦକ ଅଶୋକ ପାଣିଗ୍ରାହୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଭୂମିକା, କୃଷି କ୍ଷେତ୍ରରେ ଜୈବିକ ସାରର ପ୍ରୟୋଗ ଉପରେ ଆଲୋଚନା କରି ସମାଜସେବାରେ ଜନଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ