ରାଜନଗର: ଭିତରକନିକାରେ ପୁଣି ଜମିବାରେ ଲାଗିଛନ୍ତି ପର୍ଯ୍ୟଟକ । କାରଣ ଆଣିଠାରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଏହାକୁ ବନ୍ଦ କରାଯାଇଥିଲା ।
ସୂଚନାଯୋଗ୍ୟ, କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା । ଏହି ସମୟରେ କୌଣସି ପର୍ଯ୍ୟଟକଙ୍କୁ ପ୍ରାଣୀ ଉଦ୍ୟାନ ଭିତରକୁ ଯିବାକୁ ଅନୁମତି ନଥିଲା । ଦୀର୍ଘ ୯ ଦିନ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା ।
ଏହି ସମୟରେ ନଦୀ, ନାଳ ମାନଙ୍କରେ ବୋଟ ଚଳାଚଳ ମଧ୍ୟ ବନ୍ଦ କରାଯାଇଥିଲା । ଉଭୟ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥିଲା ।