Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିିଠି ଲେଖିଲେ ସାଂସଦ ଅପରାଜିତା; ଖଣ୍ଡଗିରି ଏବଂ ଉଦୟଗିରିକୁ ଦିଆଯାଉ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା  

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ଭୁବନେଶ୍ବରର ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଚିଠି ଲେଖି ଜଣାଇଛନ୍ତିସାଂସଦ ଅପରାଜିତା ଷଡଙ୍ଗୀ। ସେ ଚିଠିରେ ଲେଖିଛନ୍ତି ଯେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦିଆଯାଉ। ଯଦି ଏହା ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୁଏ ତେବେ ଏହି ଐତିହ୍ୟ ସ୍ଥଳ ଅଧିକ ସୁନ୍ଦର ଭାବେ ରକ୍ଷଣାବେକ୍ଷଣ ହୋଇପାରିବ ବୋଲି ସେ ଚିଠି ଲେଖି ଜଣାଇଛନ୍ତି।

ଉଦୟଗିରି ଏବଂ ଖଣ୍ଡଗିରି ସ୍ଥାନ ହେଉଛି ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଏକ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ। ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିଛି ବୋଲି ସେ କହିଛନ୍ତି।