ସମ୍ବଲପୁର:କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ବଲପୁରରେ ପରାକ୍ରମ ଦିବସ ପାଳିତ ହୋଇଛି।ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଦୁଇ ବରପୁତ୍ର ମାନଙ୍କ ଜୀବନୀ ଓ ତ୍ୟାଗ ସମ୍ପର୍କରେ ସମ୍ଭାଷଣ ପ୍ରସ୍ତୁତ କରିଥିଲା ବେଳେ ପ୍ରାତଃ ସଭାର ସମସ୍ତ କାର୍ଯ୍ୟକ୍ରମ ବରପୁତ୍ର ମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା।
ଏହାପରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏକ ପ୍ରଶ୍ନତ୍ତର ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ପ୍ରଥମେ ଭାରତର ସ୍ଵାଧୀନତା ସଂଗ୍ରାମ ଉପରେ ଆଧାରିତ “ଭାରତ ହେ ହମ୍” ସିରିଜ୍ ର ପାଞ୍ଚଟି ଅଧ୍ୟାୟ ର ଭିଡ଼ିଓ ପ୍ରଦର୍ଶନ କରାଯାଇ ଏହା ଉପରେ ଆଧାରିତ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ -୧ ସମ୍ବଲପୁର, କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ -୨ ସମ୍ବଲପୁର, ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ପିଏମ ଶ୍ରୀ ଶାସନ ଉଚ୍ଚ ବିଦ୍ୟାଳୟ, ବୁଢ଼ାରାଜା ଉଚ୍ଚ ବିଦ୍ୟାଳୟ, ଗୁରୁନାନକ ପବ୍ଲିକ ସ୍କୁଲ, ମଦନାବତୀ ପବ୍ଲିକ ସ୍କୁଲ ଓ ସୈନିକ ବିଦ୍ୟାଳୟ ର ୧୦୦ ଜଣ ଛାତ୍ର ଛାତ୍ରୀ ଭାଗନେଇ ଥିଲେ। ସୈନିକ ବିଦ୍ୟାଳୟ ର ସୋହୋମ ମିଶ୍ର ଓ କେନ୍ଦ୍ରୀୟ ବିଦ୍ୟାଳୟର କ୍ର-୧ ର ଆଦିତ୍ୟ ପ୍ରସାଦ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିଲା ବେଳେ ସୈନିକ ବିଦ୍ୟାଳୟ ର ପ୍ରଜ୍ଞା ରାଜ ଆର୍ୟା ଓ କେନ୍ଦ୍ରୀୟ ବିଦ୍ୟାଳୟ କ୍ର -୧ ର ଶୋଭନ ଆର୍ୟ ପାଢ଼ୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରଣରଞ୍ଜୟ ସିଂ ଓ ଉପ- ପ୍ରଚାର୍ଯ୍ୟ ବଳରାମ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ
ସମସ୍ତ ପ୍ରତିଭାଗୀଙ୍କୁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ରଚିତ ‘ ଏକଜାମ ୱାରୀୟର ‘ ପୁସ୍ତକ ପ୍ରଦାନ କରିଥିଲେ। ଏହି ଅବସରରେ ଦେଶର ବିକାଶରେ ପ୍ରତ୍ୟେକ ଛାତ୍ରଛାତ୍ରୀ ର ପ୍ରମୁଖ ଭୂମିକା ସମ୍ପର୍କରେ ଅବଗତ କରାଇବା ସହ ମହାପୁରୁଷଙ୍କ ଜୀବନୀ ଓ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ପ୍ରଚାର୍ଯ୍ୟ ଶ୍ରୀ ସିଂ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଏହି ନିଆରା କାର୍ଯ୍ୟକ୍ରମ ଯୋଗ ଦେଇ ଅତ୍ୟନ୍ତ ଉତ୍ସାହିତ ହୋଇଥିବା ସମସ୍ତ ପ୍ରତିଭାଗୀ ଓ ଶିକ୍ଷକ ବୃନ୍ଦ ମତ ପ୍ରକାଶ କରିଥିଲେ। ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ସିସିଏ ସଂଯୋଜକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ କଳା ଶିକ୍ଷକ ସୁଧାଂଶୁ ନାୟକ ଓ ବରିଷ୍ଠ ଶିକ୍ଷକ କମଳଲୋଚନ ଦେହୁରୀ ସକ୍ରିୟ ଭାବେ ସହଯୋଗ କରିଥିଲେ। ଏହି ଅବସରରେ ଶିକ୍ଷକ ସୁବ୍ରତ ବାରିକ, ଅରବିନ୍ଦ, ମଧୁସୂଦନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।