Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଜ୍ଜା! ନାବାଳିକା ଝିଅକୁ ବାପାର ବଳାତ୍କାର

ସମ୍ବଲପୁର:ବାପା ନିଜ ନାବାଳିକା ଝିଅକୁ ବଳାତ୍କାର କରିଥିବା ଭଳି ସଙ୍ଗୀନ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ।
ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରୁ ଏହି ଲୋକହସା ଆଶ୍ଚଯ୍ୟ ଘଟଣା ସାମ୍ନାକୁ ଆସିଛି। ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ ହେବାପରେ ପୋଲିସ ତଦକ୍ଷଣାତ ପଦକ୍ଷେପ ଗ୍ରହଣ କରିଛି ।
ଖବର ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ ବର୍ଷୀୟ ଝିଅ ଏବଂ ୧୦ ବର୍ଷୀୟ ପୁଅକୁ ଭେଟିବା ପାଇଁ ଅତାବିରାରେ ତାଙ୍କ ସ୍ୱାମୀଙ୍କ ଘରକୁ ଆସୁଥିଲେ।ପୀଡିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତିରେ ୩୬ ବର୍ଷୀୟ ବାପା ତାଙ୍କ ଝିଅକୁ ବଳାତ୍କାର କରିଥିଲେ। ପରଦିନ ସକାଳେ ପୀଡିତା ଝିଅ ଫୋନ୍ ଯୋଗେ ତାଙ୍କ ମାଆଙ୍କୁ ଏହା ଜଣାଇବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଘଟଣା ଶୁଣି ପୀଡିତାଙ୍କ ମାଆ ଘରକୁ ଦୌଡ଼ି ଯାଇ ଅତାବିରା ଥାନାରେ ଅଭିଯୋଗ କରିଥିଲେ।ଏହାକୁ ଆଧାର କରି ପୋଲିସ ଗତକାଳି ମଧ୍ୟ ରାତ୍ରୀରେ ଅଭିଯୁକ୍ତକୁ ଗିରଫ କରିବା ସହ ପିଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଇ ନିଜର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବା କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ