Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ରତ୍ନାକର ଭୋଇଙ୍କ ମାତୃ ବିୟୋଗ :ତାଙ୍କ ଆଖିରେ ଦେଖିବେ ଆଉ କେହି

ସମ୍ବଲପୁର: “ସମ୍ବାଦ” ର ସମ୍ବଲପୁର ଜ଼ିଲ୍ଲା ପ୍ରତିନିଧି ସାମ୍ବାଦିକ ରତ୍ନାକର ଭୋଇ ଙ୍କ ମା’ ଘରଯୋଗୀ ଭୋଇ (୭୫)ଙ୍କ ଗୁରୁବାର ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି I ମୃତ୍ୟୁ ପରେ ପରିବାରର ସହମତିରେ ଘରଯୋଗୀଙ୍କ ଦୁଇ ଆଖି ଦାନ କରାଯାଇଥିଲା। ତାଙ୍କ ଆଖିରେ ଦୁନିଆଁ ହେଖିବେ ଆଉ କେହି।
ବରଗଡ଼ ଜ଼ିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କନ୍ତଲ ଗ୍ରାମ୍ୟ ଶ୍ମଶାନରେ ବଡ଼ ପୁଅ ସାମ୍ବାଦିକ ରତ୍ନାକର ମୁଖାଗ୍ନି ଦେଇଥିଲେ । ଘରଯୋଗୀ ଜଣେ ଧର୍ମପ୍ରାଣା ଓ ସ୍ନେହୀ ମହିଳା ଥିଲେ I ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଘରଯୋଗୀଙ୍କ ପରଲୋକରେ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକ,ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଇଂ. ରୋହିତ ପୂଜାରୀ, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, କଂଗ୍ରେସ ନେତା ଦୁର୍ଗା ପାଢୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି I