Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟପୁର-ସମ୍ବଲପୁର ରେଳ ଲାଇନ ନିର୍ମାଣ ପାଇଁ ଭୁବନେଶ୍ୱରରେ ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟିଲା ରେଳ ନିର୍ମାଣ ସଂଘର୍ଷ ସମିତି

ରାୟପୁର-ସମ୍ବଲପୁର ରେଳ ଲାଇନ ନିର୍ମାଣ ପାଇଁ ଭୁବନେଶ୍ୱରରେ ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟିଲା ରେଳ ନିର୍ମାଣ ସଂଘର୍ଷ ସମିତି :ମୃତ୍ତିକା ପରୀକ୍ଷା କାର୍ଯ୍ୟ ଶେଷ
ରାୟପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ନୂତନ ରେଳ ଲାଇନ ନିର୍ମାଣ ପାଇଁ ଦୁଇ ବର୍ଷ ପୂର୍ବେ ଜାନୁଆରୀ ୨୦୨୨ ରେ ଦିଲ୍ଲୀ ରେଳ ଭବନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାୟପୁର ବରଗଡ ରେଳ ଲାଇନ ନିର୍ମାଣ ସଂଘର୍ଷ ସମିତି ର ସଦସ୍ୟ ଭେଟିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ ! ଏହି ଦାବିକୁ ଗମ୍ଭୀରତା ଏବଂ ରେଳ ଲାଇନ ନିର୍ମାଣର ଆବଶ୍ୟକତାକୁ ହୃଦୟଙ୍ଗମ କରି ନିର୍ମାଣ ବିଭାଗକୁ ଏକ ମାସ ମଧ୍ୟରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ର ଏସଏମ କନଷ୍ଟ୍ରକ୍ସନ କମ୍ପାନୀ ଦ୍ୱାରା ଭୂମି ଏବଂ ମାଟି ପରୀକ୍ଷା କାର୍ଯ୍ୟ ଶେଷ ହେବା ପରେ ବିଭାଗକୁ ଏହି ସର୍ଭେ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମିଟି ସଂଯୋଜକ ଦିଲୀପ ଗୁପ୍ତା, ସଂଗଠନ ମନ୍ତ୍ରୀ ଅଭିଜିତ୍ ପ୍ରତୀହାର ଏବଂ ସହ-ସଚିବ ସତ୍ୟଜିତ୍ ପ୍ରଧାନ ଜାନୁଆରୀ ୨୨ ରେ ଭୁବନେଶ୍ୱର ରେଳ ଭବନରେ ମୁଖ୍ୟ ଇଞ୍ଜିନିୟର ଶଶିମୋହନ ସିଂଙ୍କୁ ଭେଟି ତାଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେଇ ସ୍ୱାଗତ କରିଥିଲେ ଏବଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ଥିଲେ। ଏହି ଦିଗରେ ନିଆ ଯାଇଥିବା ପଦକ୍ଷେପ ଏବଂ ଅନ୍ୟ ବିଷୟଗୁଡିକରେ ଆଲୋଚନା କରିବା ସହ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ |   ଏହି ପରିପ୍ରେକ୍ଷୀରେ ମହାସମୁନ୍ଦ ସାଂସଦ ରୂପକୁମାରୀ ଚୌଧରୀ ଙ୍କ ଦ୍ୱାରା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜେନେରାଲ ମ୍ୟାନେଜର (ପୂର୍ବ ତଟ ରେଳ ଭୁବନେଶ୍ୱର) କୁ ୨୨.୦୬.୨୦୨୪ ଦିନ ଜାରି କରାଯାଇଥିବା ଏକ ଚିଠି ମଧ୍ୟ ପ୍ରଦାନ କରାଯାଇଛି। ଏହି ଆଲୋଚନାରେ ସେ କହିଛନ୍ତି ଯେ ରେଳ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜମି ଓ ପୋଳ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଛି ।  ରାୟପୁର ଏବଂ ସମ୍ବଲପୁର ମଧ୍ୟରେ ୨୭୦ କିଲୋମିଟର ରେଳ ଲାଇନ ନିର୍ମାଣ ପାଇଁ ସମ୍ବଲପୁର, ବରଗଡ, ମହାସମୁନ୍ଦ ଏବଂ ରାୟପୁର ଜିଲ୍ଲା ଅଧୀନରେ ପଡିଥିବା ଜମି ସମ୍ବନ୍ଧୀୟ ସୂଚନା ରାୟପୁର ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ଗ୍ରହଣ କରାଯାଇଛି । ରାୟପୁର ଜିଲ୍ଲା ଅଧୀନରେ ଥିବା ଜମି ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ରାୟପୁର ଜିଲ୍ଲାପାଳ ଙ୍କୁ ବାରମ୍ବାର ଚିଠି ଲେଖି ଥିଲେ ହେଁ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନାହିଁ।ରାୟପୁର ଜିଲ୍ଲାପାଳ ଙ୍କ ଠାରୁ ସୂଚନା ପ୍ରାପ୍ତ ହେବା ମାତ୍ରକେ ଖୁବ ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ ହୋଇ ଜେନେରାଲ ମ୍ୟାନେଜରଙ୍କ ନିକଟକୁ କାର୍ଯ୍ୟକାରୀ ହେବା ପାଇଁ ପଠାଯିବ ବୋଲି ସୂଚନା ଦେଇ ଥିଲେ. ଏ ସମ୍ପର୍କ ରେ ସମିତି ଜ୍ୟାନେରାଲ ମ୍ୟାନେଜର କୁ ଆଶ୍ଵସ୍ଥ କରିଛନ୍ତି ଯେ ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ସମିତି ରାୟପୁର ସାଂସଦ ବ୍ରିଜମୋହନ ଅଗ୍ରୱାଲ ଏବଂ ରାୟପୁର ଜିଲ୍ଲାପାଳ ଙ୍କୁ ଭେଟି ସମ୍ପୃକ୍ତ ଗ୍ରାମଗୁଡିକର ଜମି ସମ୍ବନ୍ଧୀୟ ସୂଚନା ରେଲଭବନ ପ୍ରଦାନ ପାଇଁ ଉଦ୍ୟମ କରିବ ଯାହାଦ୍ୱାରା ରେଳ ନିର୍ମାଣ ପ୍ରକ୍ରିୟା ଆଗକୁ ବଢିବ |
ଏ ସବୁ ପ୍ରକ୍ରିୟା ପାଇଁ ରେଳ ନିର୍ମାଣ ସଂଘର୍ଷ ସମିତି ସଦା ସର୍ବଦା ତତ୍ପର ଥିବା ଶ୍ରୀ ଗୁପ୍ତା ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ