Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିବ ମୋନାଲିସାଙ୍କ ଭାଗ୍ୟ :ରୁଦ୍ରାକ୍ଷ ମାଳା ବିକାଳୀରୁ ଚଳଚିତ୍ର ନାୟିକା

କୁମ୍ଭମେଳା,(ରାଜାରାମ ଷଡ଼ଙ୍ଗୀ):ସମୟ ବଡ଼ ବଳବାନ।ଶନିବାର ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳ ବିକ୍ରି କରୁଥିବା ଜଣେ ଯୁବତୀଙ୍କ ଭାଗ୍ୟ ବଦଳିବାକୁ ଯାଉଛି।ମୋନାଲିସା ନାମ୍ନୀ ଏହି ଯୁବତୀ କୁମ୍ଭାମେଳାରେ ଜଣେ ଫିଲ୍ମ ନିର୍ମାତାଙ୍କ ନଜର କୁ ଆସିବା ପରେ ତାଙ୍କ ଭାଗ୍ୟ ବଦଳିବାକୁ ଯାଉଛି।ଫିଲ୍ମରେ କାମ କରିବାକୁ ମୋନାଲିସାଙ୍କୁ ପ୍ରସ୍ତାବ ଦିଆଗଲା।ଚଳଚ୍ଚିତ୍ର ନିର୍ମାତା ସନୋଜ ମିଶ୍ର ତାଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର “ଦି ଡାଏରୀ ଅଫ୍ ମଣିପୁର”ରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବାକୁ ଦେଲେ ଅଫର l ଏହି ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବେ।ମୋନାଲିସା ବି ଏଥିରେ ରାଜି ହୋଇଥିବା ନେଇ ସୂଚନା ମିଳିଛି। ମାଳା ବିକାଳୀରୁ ଚଳଚିତ୍ର ନାୟିକା ସାଜିବା ମୋନାଲିସାଙ୍କ ପାଇଁ କେବଳ ଭାଗ୍ୟର କଥା ନୁହେଁ, ବରଂ କୁମ୍ଭମେଳା ତାଙ୍କ ଭାଗ୍ୟ ପରିବର୍ତ୍ତନର ସମୟ ଏବଂ ଏହି ସମୟକୁ ସେ ସମୟ ବଡ଼ ମୂଲ୍ୟବାନ ଭାବେ ଗ୍ରହଣ କରି ନୁଆଁ ଇନିଂସ ରେ ସଫଳତା ଆଣିବେ ଏଭଳି ବିଶ୍ୱାସ ରଖିଛନ୍ତି ମୋନାଲିସା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ