Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଠଶାଳା ରେ ଗଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର:ସ୍ଥାନୀୟ ବସୁନ୍ଧରା କମ୍ୟୁନିଟି ସେଣ୍ଟର ଆନୁକୂଲ୍ୟରେ ପରିଚାଳିତ ମୁକ୍ତ ଶିକ୍ଷାଦାନ କେନ୍ଦ୍ର ପାଠଶାଳା ରେ ସମାରୋହ ରେ ଛୟାସ୍ତରୀ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି, ପ୍ରାତଃ ରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ ପାଟଯୋଶୀ ପତାକା ଉତୋଳନ କରିଥିବା ବେଲେ ଦିବା ଅନୁଷ୍ଠାନ ର ଅନ୍ୟତମ ବରିଷ୍ଠ ସଦସ୍ୟ ଗୁଣରଞ୍ଜନ ସାଲିମା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷବିତ ଅରବିନ୍ଦ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ନୃତ୍ୟନିର୍ଧେଶକ ଓ ଶିଳ୍ପୀ ଅସୀମ ପ୍ରଧାନ, ଡ଼. ନିସିଥା ଚକ୍ରବର୍ତ୍ତୀ ଓ ଦେବେନ୍ଦ୍ର ନାଥ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ସତ୍ୟ ଓ ନ୍ୟାୟ ମାର୍ଗ ରେ ପରିଚାଳିତ ହେବା ପାଇଁ ଅନୁପ୍ରେରିତ କରିଥିଲେ, ଚିତ୍ରାଙ୍କନ ଶିକ୍ଷକ ପ୍ରଶାନ୍ତ ମହାକୁର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ କନିଷ୍ଠ ବିଭାଗ ରେ ଅନିଲ କୁମ୍ଭାର ପ୍ରଥମ କୌଶିକ କୋକ ଦ୍ବିତ୍ୱୀୟ ଓ ସୋମନାଥ ବାଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲେ ବରିଷ୍ଠ ବିଭାଗ ରେ ପିୟୁଷ ହରିପାଳ ପ୍ରଥମ ଖୁସବୁ ହରିପାଳ ଦ୍ବିତ୍ୱୀୟ ଓ ଶ୍ରୁତି ଷଣ୍ଢ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହି ଭଲି ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତା ରେ ତମନ୍ନା ସୁନା ପ୍ରଥମ ବର୍ଷା କୁମ୍ଭାର ଦ୍ଵିତୀୟ ଓ ଅନୁକ୍ସା ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ, କାର୍ଯ୍ୟକ୍ରମ ପରିଚାଳନା ରେ ଝୁନୁ ତ୍ରିପାଠୀ,ସ୍ୱସ୍ତିକା ନାୟକ, ରୋଜା ଆଚାରୀ, ଜ୍ୟୋତି ମୁଣ୍ଡା, ମନୀଷା ନାୟକ, ଶରତ ବହିଦାର ପ୍ରମୁଖ ସହଯୋଗ କରିଥିବା ବେଲେ ସମ୍ପାଦକ ପ୍ରବୀଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ