Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପକ୍ଷୀ ମାନଙ୍କ ଭାଷା ବୁଝି ପାରୁଥିବା ପରିବେଶ ପ୍ରେମୀ ସତ୍ୟଜିତ ଗଡୁଆ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆ ଠେଙ୍ଗୋ ଡେମ୍ ନିକଟ ପାର୍ଶ୍ଵବର୍ତ୍ତୀ ଜଙ୍ଗଲ ନିକଟରୁ ଆହତ ହୋଇଥିବା ଏକ ବିଲୁପ୍ତ ପ୍ରଜାତିର ପକ୍ଷୀଟିକୁ ଉଦ୍ଧାର କରି ଚିକିତ୍ସା କରାଇ ପକ୍ଷୀଟି ସୁସ୍ଥ ହେବା ପରେ ତାହାର ଉପଯୁକ୍ତ ବାସସ୍ଥଳୀରେ ଛାଡି ଦେଇଥିଲେ l ପ୍ରକୃତିପ୍ରେମୀ ସତ୍ୟଜିତଙ୍କ ଜୀବନ ଶୈଳୀ ଭିନ୍ନ ଓ ନିଆରା l କେତେବେଳେ ଆହତ ପକ୍ଷୀ ମାନଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ଓ ଯତ୍ନକରି ବିରଳ ପ୍ରଜାତିର ପକ୍ଷୀ ମାନଙ୍କର ସରଂକ୍ଷଣ ଓ ପ୍ରକୃତିର ଯତ୍ନ ସଙ୍ଗେ ସୁସ୍ଥ ପରିବେଶ ଗଠନ ଦିଗରେ ସବୁବେଳେ ଯତ୍ନବାନ l ପକ୍ଷୀ ମାନଙ୍କ ମନର କଥା ବୁଝିପାରୁଥିବା ସତ୍ୟଜିତ ତାଙ୍କ ନଜରକୁ ଆସୁଥିବା ଆହତ କିମ୍ବା ବିପଦରେ ଥିବା ବିଲୁପ୍ତ ପ୍ରଜାତିର ପକ୍ଷୀ ମାନଙ୍କୁ ଉଦ୍ଧାର କରି ସୁସ୍ଥ ହେବା ପରେ ପ୍ରାକୃତିକ ପରିବେଶରେ ଛାଡି ଦେଇଥାନ୍ତି l ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସନୀୟ ହୋଇଛି l