Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କ୍ଷେମାଲୋଏ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣତନ୍ତ୍ର ଦିବସ ପାଳନ ଓ ଗ୍ରାମସଭା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କ୍ଷେମାଲୋଏ ଗ୍ରାମପଞ୍ଚାୟତରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ତଥା ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ସରପଞ୍ଚ ଯଶୋବନ୍ତ ପଣ୍ଡା ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ । ତା ପରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । କ୍ଷେମାଲୋଏ ଗ୍ରାମ ପଞ୍ଚାୟତ ତରଫରୁ ବ୍ୟାଟେରୀ ଓପରେଟ୍ ଭେଇକିଲ (ଆର୍ବଜନା ବୋହିବା ଗାଡ଼ି) ମାଁ ବିନ୍ଧ୍ୟବାସିନୀ ସ୍ବୟଂ ସହାୟକ ଗୋଷ୍ଠୀ କୁ ହସ୍ତାନ୍ତର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଯଶୋବନ୍ତ ପଣ୍ଡା ଙ୍କ ସମେତ ନାଏକ ସରପଞ୍ଚ ରେବତୀ ବଘାର , ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ପଞ୍ଚାୟତ ର ଜନସାଧାରଣ ଉପସ୍ଥିତ ଥିଲେ।